ଗଜପତି:ବାତ୍ୟା ‘ଗୁଲାବ’ର ପ୍ରଭାବ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ପବନ ସଙ୍ଗେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକ ଏଭଳି ପରିସ୍ଥିତିରେ ରାସ୍ତାରୁ ଗଛ ହଟାଇ ପ୍ରଶାସନକୁ ପୁନଃଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ କଳିଙ୍ଗପଟ୍ଟନମ ଓ ଦକ୍ଷିଣ ଓଡିଶା ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଗୁଲାବ ସ୍ଥଳଭାଗ ଅତିକ୍ରମ କରିଛି । ସଂନ୍ଧ୍ୟା ପ୍ରାୟ 6ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ମଧ୍ୟ ଜାରି ରହିଛି। ତେବେ ଏହା ଠାରୁ ଆଉ ଆହ୍ବାନପୂର୍ଣ୍ଣ ସ୍ଥିତି ରହିବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ମୁଖ୍ୟ ରିଲିଫ କମିଶନର ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ଅତିକ୍ରମ କରୁଥିବାବେଳେ ତୁହାକୁ ତୁହା ବର୍ଷା ଜାରି ରହିଛି । କୌଣସି ସ୍ଥାନରେ ବଡ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।