ଓଡିଶା

odisha

ETV Bharat / state

Panchayat Election: ମତଦାନ ପୂର୍ବରୁ ରାତିଅଧରେ ଗାଁକୁ ଟଙ୍କା ବ୍ୟାଗ ଆଣି ଫସିଲେ ଦଳୀୟ କର୍ମୀ - ଗଜପତି ଖବର

ଆସନ୍ତାକାଲି (ରବିବାର) ତୃତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ମତଦାନ ପୂର୍ବରୁ କିଛି ରାଜନୈତିକ ଦଳର କର୍ମୀ ଗଜପତି କଡମ୍ମାତାଲ ଗାଁକୁ ଟଙ୍କା ନେଇ ରାତିରେ ଆସିଥିବା ଅଭିଯୋଗ । ଅଧିକ ପଢନ୍ତୁ

ମତଦାନ ପୂର୍ବରୁ ରାତି ଅଧରେ ଗାଁରେ ପଶିଲେ ରାଜନୈତିକ ଦଳୀୟ କର୍ମୀ : 2 କର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ମତଦାନ ପୂର୍ବରୁ ରାତି ଅଧରେ ଗାଁରେ ପଶିଲେ ରାଜନୈତିକ ଦଳୀୟ କର୍ମୀ : 2 କର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

By

Published : Feb 19, 2022, 4:33 PM IST

ଗଜପତି: ଆସନ୍ତାକାଲି (ରବିବାର) ତୃତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର କଡମ୍ମାତାଲ ଗାଁରେ କିଛି ରାଜନୈତିକ ଦଳର କର୍ମୀ ରାତିରେ ଟଙ୍କା ନେଇ ଗାଁକୁ ଆସିଥିବା ଅଭିଯୋଗ ହୋଇଛି ।

ମତଦାନ ପୂର୍ବରୁ ରାତି ଅଧରେ ଗାଁରେ ପଶିଲେ ରାଜନୈତିକ ଦଳୀୟ କର୍ମୀ : 2 କର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଆଉ ସେମାନଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଦୁଇ କର୍ମୀଙ୍କୁ ଅଟକ ରଖିବା ସହ ସକାଳେ ପୋଲିସକୁ ସେମାନେ ଖବର ଦେଇଥିଲେ । ଘଟଣାସ୍ଥଳରେ ରାୟଗଡା ତହସିଲଦାର ଓ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଟଙ୍କା ମଧ୍ୟ ଜବତ କରିଥିଲେ ।

ଏହାବି ପଢନ୍ତୁ :Panchayat Polls: ରାଜ୍ୟରେ ବଢୁଛି ମତଦାନ ହାର, ଦ୍ବିତୀୟ ପର୍ଯ୍ୟାୟରେ ୭୮.୦୩%

ସେପଟେ ଅଟକ ଥିବା ବ୍ୟକ୍ତି ଜଣକ ବରିଷ୍ଠ ରାଜନେତା ଅନ୍ତର୍ଯା‌ମୀ ଗମାଙ୍ଗଙ୍କ ନାଁ ନେଇଛନ୍ତି । ସେ ତାଙ୍କୁ ଟଙ୍କା ଦେଇ ଗାଁକୁ ପଠାଇଥିବା କହିଛନ୍ତି । ସେପଟେ ବ୍ୟକ୍ତି ଜଣକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୁରୁଖା ନେତା ହୋଇଥିବାବେଳେ ଏ ଘଟଣା ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ABOUT THE AUTHOR

...view details