ଗଜପତି: 61ତମ ପୋଲିସ ଶହୀଦ ଦିବସ ଅବସରରେ ଗଜପତିର ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ସ୍ମୃତି ଚାରଣ ଦିବସ ପରେଡ଼-2020 କାର୍ଯ୍ୟକ୍ରମ ନିରାଡ଼ମ୍ବର ସହକାରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ପୋଲିସ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବୀରତ୍ବର ସହିତ ଯୁଦ୍ଧକରି ବୀରଗତି ପ୍ରାପ୍ତ ହୋଇଥିବା ପୋଲିସ ଯବାନଙ୍କ ସେହି ଘଟଣାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 21 ତାରିଖ ଦିନକୁ ପୋଲିସ ଶହୀଦ ଦିବସ ରୂପେ ପାଳନ କରାଯାଏ । ପୋଲିସ ଯବାନମାନେ ନିଜ ପରିବାର କଥା ଚିନ୍ତା ନ କରି ନିଜ ଜୀବନକୁ ଦେଶ ଓ ଜାତିର ସୁରକ୍ଷା ଦିଗରେ ବାଜି ଲଗାଇ ଦେଶମାତୃକାର ସେବା କରିଆସୁଛନ୍ତି । ସମାଜର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ଏସପି ପ୍ରତାପ ।