ଓଡିଶା

odisha

ETV Bharat / state

କୋଭିଡ କଟକଣାର ଫାଇଦା ନେଇ ପୁଲିସ ଅଧିକାରୀଙ୍କ ଦାଦାଗିରି - ପୁଲିସ ଅଧିକାରୀଙ୍କ ଦାଦାଗିରି

ଗଜପତିରେ କୋରୋନା କଟକଣା ସମୟରେ ଯାଞ୍ଚ ଆଳରେ ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଭିଡ କଟକଣାର ଫାଇଦା ନେଇ ପୁଲିସ ଅଧିକାରୀଙ୍କ ଦାଦାଗିରି
କୋଭିଡ କଟକଣାର ଫାଇଦା ନେଇ ପୁଲିସ ଅଧିକାରୀଙ୍କ ଦାଦାଗିରି

By

Published : May 18, 2021, 5:39 PM IST

ଗଜପତି: ଦିନକୁ ଦିନ ଜଟିଳ ହେବାରେ ଲାଗିଛି କୋରୋନା ସ୍ଥିତି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି । ବର୍ତ୍ତମାନ ସପ୍ତାହରେ ୫ ଦିନ ଦ୍ବିପହର ୧୨ଟା ପରେ ଲକଡାଉନ ଘୋଷଣା କରାଯାଇଥିବାବେଳେ ଶନିବାର ଓ ରବିବାର ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ତେବେ ହସ୍ପିଟାଲ କିମ୍ବା ଔଷଧ ସମ୍ବନ୍ଧୀୟ କୌଣସି ଜରୁରୀ କାମକୁ ଏଥିରୁ ବାଦ ଦିଆଯାଇଛି । ସଟଡାଉନ ଓ ଲକଡାଉନ ସମୟରେ ଅଧିକାଂଶ ଲୋକଙ୍କ ପାଖରେ ରୋଜଗାର ନଥିବାବେଳେ କଟକଣା ସମୟରେ ଯାଞ୍ଚ ଆଳରେ ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ମଧ୍ୟ ମନଇଚ୍ଛା ଜୋରିମାନା ଆଦାୟ ଯୋଗୁଁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କେବଳ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ତାହା ନୁହେଁ, ମହିଳା ଗୃହରକ୍ଷୀଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

କୋଭିଡ କଟକଣାର ଫାଇଦା ନେଇ ପୁଲିସ ଅଧିକାରୀଙ୍କ ଦାଦାଗିରି

ଗତ ଶନିବାର ସକାଳେ ରାୟଗଡ ବ୍ଲକ ପଦ୍ମପୁର ଗାଁର ଅଜିତ ସାହୁଙ୍କ ପୁଅ ମାଆଙ୍କ ପାଇଁ ଔଷଧ ଆଣିବାକୁ ରାୟଗଡ ଯାଇଥିଲେ । ଔଷଧ ନମିଳିବାରୁ ନିଜ ସାଙ୍ଗ ସହ ଏନେଇ ଆଲୋଚନା କରୁଥିବାବେଳେ ହୋମଗାର୍ଡ ସାହାଯ୍ୟରେ ବାଇକକୁ ଥାନାକୁ ନେଇଯାଇଥିଲେ । ଏହାପରେ ଏମଭିଆଇକୁ ଡାକି ୨୧ହଜାର ଟଙ୍କାର ଜୋରିମାନା ପକାଇଥିଲେ । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିବା ବେଳେ ଏତେ ଟଙ୍କାର ଫାଇନ ଆଦାୟକୁ ବିରୋଧ କରି ବର୍ତ୍ତମାନ ଅଜିତ କୋର୍ଟର ଆଶ୍ରୟ ନେଇଥିବା କହିଛନ୍ତି । ଏଭଳି ପ୍ରତ୍ୟେକ ଦିନ ରାୟଗଡ ଥାନା ଅଞ୍ଚଳରେ ଆଦିବାସୀ ଲୋକଙ୍କ ଠାରୁ ଜୋରିମାନା ଆଳରେ ହଜାର ହଜାର ଟଙ୍କା ଥାନା ଅଧିକାରୀ ଆଦାୟ କରୁଥିବା ଅଭିିଯୋଗ ହୋଇଛି । କେବଳ ସାଧାରଣ ଲୋକେ ନୁହନ୍ତି, ମହିଳା ହୋମଗାର୍ଡଙ୍କୁ ମଧ୍ୟ ଥାନା ଅଧିକାରୀ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ରାୟଗଡ ଥାନାର ଜଣେ ମହିଳା ହୋମଗାର୍ଡ କହିଛନ୍ତି ଯେ, ଥାନା ଅଧିକାରୀ ରୋଷେଇ କରିବା ବାହାନାରେ ଘରକୁ ଡାକୁଛନ୍ତି ନ ଗଲେ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ।


ଅନ୍ୟପଟେ ଏନେଇ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଛନ୍ତି ଥାନାଧିକାରୀ ଏବଂ ଗଜପତି ଏସପି । କୋରୋନା କଟକଣା ସମୟରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ । ମନଇଚ୍ଛା ଜୋରିମାନା ଆଦାୟ କରିବା ଠିକ ନୁହେଁ । ତେବେ ଏହି ଅଭିଯୋଗର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details