ଓଡିଶା

odisha

By

Published : Oct 18, 2019, 7:12 PM IST

ETV Bharat / state

ଦୀପଦାନ ସହ ଶଙ୍ଖା ସିନ୍ଦୁରରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଧୂପ, ଦୀପ, ଘଣ୍ଟଘଣ୍ଟା ଓ ଢୋଲ ତାଳେ ତାଳେ କମ୍ପି ଉଠୁଛି ସାରା ପରିବେଶ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଣ୍ଡାର ଘରଣୀଙ୍କୁ ଭଣ୍ଡାରୀ ସାହି ଛକରେ ଆବାହନ କରିଛନ୍ତି ଭକ୍ତ। ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିରହୁଛି। ଅଧିକ ଖବର ପଢନ୍ତୁ...

ଦୀପଦାନ ସହ ସିନ୍ଦୁର ଓ ଶଙ୍ଖାରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଗଜପତି: ମା' ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏଥିରୁ ପାରଳାଖେମଣ୍ଡି ବାଦ ପଡନ୍ତା ବା କିପରି। ମା'ଙ୍କ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ ଭିକ୍ଷା କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ପରିଲିକ୍ଷିତ ହେଉଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି କମିଟିର ସଦସ୍ୟ ।

ଦୀପଦାନ ସହ ସିନ୍ଦୁର ଓ ଶଙ୍ଖାରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ସର୍ବମୂଳ ଆଧାର ହେଉଛନ୍ତି ମା'। ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ମା'ଙ୍କ ଶରଣରେ ନିଜକୁ ସମର୍ପିତ କଲେ ଏହା ସୁଖରେ ପରିଣତ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ସାରା ଓଡିଶାରେ ମା' ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ସମସ୍ତେ ଉତ୍ସାହିତ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜା ଚାଲିଥିବାବେଳେ ପାରଳାଖେମୁଣ୍ଡି ଭଣ୍ଡାରୀ ସାହିର ପୂଜାର ରହିଛି ସ୍ବତନ୍ତ୍ରତା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଣ୍ଡାରୀ ସାହି ଛକରେ ଆୟୋଜିତ ମା'ଙ୍କ ପୂଜା ମଣ୍ଡପରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଭିଡ ଜମାଇ ଦୀପଦାନ କରିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପୂଜା ଚୁଡି ଏବଂ ସିନ୍ଦୁରକୁ ପାଇଁ ଶ୍ରଦ୍ଧାଳୁମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ଏହି ପୂଜା 35ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ କିଛି ନା କିଛି ସ୍ବତନ୍ତ୍ର ସାଜସଜ୍ଜା ସହ କାର୍ଯ୍ୟକ୍ରମ ଆଯୋଜନ କରୁଛି ପୂଜା କମିଟି । ଚଳିତ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ଏବଂ ସାଜସଜ୍ଜା କରାଯାଇ ପୂଜାର ଆୟୋଜନ କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ଏବଂ ବାହାର କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମା' ଙ୍କୁ ପୂଜା ଦୀପଟିଏ ଦେଇ ମନଭରି ଡାକିଲେ ମନସ୍କାମନା ପୂରଣ ହେଉଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା କହିଛନ୍ତି ପୂଜକ । ମା'ଙ୍କ ନିକଟରେ ଦୀପଦାନ କରି ଯାହା ମନାସିଲେ ତାହା ପୂରଣ ହେଉଥିବାରୁ ଏହି ପୂଜା ମଣ୍ଡପରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହେଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details