ଓଡିଶା

odisha

By

Published : Jul 18, 2022, 5:36 PM IST

Updated : Jul 18, 2022, 6:13 PM IST

ETV Bharat / state

ପାରଳାଖେମୁଣ୍ଡି ଗଣସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଜଗନ୍ନାଥ ଗଜପତିଙ୍କ ନେତୃତ୍ବରେ ୧୭୬୭ରୁ ୧୮୩୪ ଯାଏଁ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ
ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ

ଗଜପତି:ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ନେଇ ବିବାଦ ଲାଗିରହିଛି । କିଏ ୧୮୫୭ରେ ସଂଗଠିତ ସିପାହୀ ବିଦ୍ରୋହକୁ ତ ଆଉ କିଏ ଓଡିଶାର ଖୋର୍ଦ୍ଧାଗଡରେ ହୋଇଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରୁଛନ୍ତି । ଏହା ମଧ୍ୟରେ ଆଉ ଏକ ଦାବି ସାମ୍ନାକୁ ଆସିଛି । ୧୭୬୭ରୁ ୧୮୩୪ଯାଏଁ ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଜଗନ୍ନାଥ ଗଜପତିଙ୍କ ନେତୃତ୍ବରେ ଇଂରେଜମାନଙ୍କ ବିରୋଧରେ ହୋଇଥିବା ସଶସ୍ତ୍ର ସଂଗ୍ରାମ ହିଁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରାଯାଇଛି ।

ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବାଧୀନ ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବୀ
ପାରଳାଖେମୁଣ୍ଡି ଗଣସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ପାରଳାର ଲଲାମ ନାମକ ପୁସ୍ତକରେ ଏହା ଉଲ୍ଲେଖ ରହିଛି । ଏହି ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଘୋଷଣା କରିବାକୁ ଦାବି କରି ପାରଳାର ବୁଦ୍ଧିଜୀବୀ ଏବଂ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ପତ୍ର ଲେଖିଛନ୍ତି । ସେହି ମର୍ମରେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ମଧ୍ୟ ଏକ ଦାବିପତ୍ର ପଠାଇଛନ୍ତି । ଏହି ଦାବିପତ୍ର ପାଇବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି ।

ଯେଉଁଥିରେ ତୁରନ୍ତ ଏହି ଦାବିର ତଦାରଖ କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଦୀର୍ଘ ୩୪ବର୍ଷ ଧରି ଚାଲିଥିବା ଏହି ସଶସ୍ତ୍ର ଆନ୍ଦୋଳନ ସମୟରେ ଏହି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଇଂରେଜମାନଙ୍କୁ କଡା ମୁକାବିଲା କରିବା ସହ ସେମାନଙ୍କୁ ଏହି ଅଞ୍ଚଳରେ ପ୍ରବେଶ କରାଇ ଦେଇନଥିଲେ ।

ତେବେ ଏହି ସଂଗ୍ରାମ ସମୟରେ ଇଂରେଜମାନେ ୧୮ଜଣଙ୍କୁ ଫାଶୀ ଦେଇଥିବା ସରକାରୀଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହା ଢେର୍‌ ଅଧିକ ବୋଲି କୁହାଯାଉଛି । ତେଣୁ ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବା ସହ ଏଥିରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କ ସମ୍ମାନ ପାଇଁ ସେମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଗଜପତି

Last Updated : Jul 18, 2022, 6:13 PM IST

ABOUT THE AUTHOR

...view details