ଓଡିଶା

odisha

ETV Bharat / state

ପାରଳାଖେମୁଣ୍ଡିରେ ପଥୋତ୍ସବ, ପ୍ରସ୍ତୁତିକୁ ନେଇ ଜନତା ଅସନ୍ତୁଷ୍ଟ

Patha Utsav in Paralakhemundi: ଆସନ୍ତା ଡିସେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଗଜପତି ଉତ୍ସବ । ଏହି କ୍ରମରେ ଆଜି ପାରଳାଖେମୁଣ୍ଡିରେ ପଥୋତ୍ସବ ପାଳିତ ହୋଇଛି । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡିରେ ପଥୋତ୍ସବ ଆୟୋଜିତ, ପ୍ରସ୍ତୁତିକୁ ନେଇ ଜନତା ଅସନ୍ତୁଷ୍ଟ
ପାରଳାଖେମୁଣ୍ଡିରେ ପଥୋତ୍ସବ ଆୟୋଜିତ, ପ୍ରସ୍ତୁତିକୁ ନେଇ ଜନତା ଅସନ୍ତୁଷ୍ଟ

By ETV Bharat Odisha Team

Published : Dec 17, 2023, 5:28 PM IST

ପାରଳାଖେମୁଣ୍ଡିରେ ପଥୋତ୍ସବ ଆୟୋଜିତ, ପ୍ରସ୍ତୁତିକୁ ନେଇ ଜନତା ଅସନ୍ତୁଷ୍ଟ

ଗଜପତି: ଚଳିତ ବର୍ଷ ହେବାକୁ ଥିବା ଜିଲାସ୍ତରୀୟ ଗଜପତି ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ ହୋଇସାରିଛି । ଏହି କ୍ରମରେ ରବିବାର ଦିନ ପାରଳାଖେମୁଣ୍ଡି ଠାରେ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଛି ପଥୋତ୍ସବ । ତେବେ ଏହି ଉତ୍ସବ ସଂପୂର୍ଣ୍ଣ ଖାଁ ଖାଁ ରହିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରଳାଖେମୁଣ୍ଡି ବଡଦାଣ୍ଡରେ ଏହି ଉତ୍ସବ ଆୟୋଜନ ହୋଇଥିଲା । ହେଲେ ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ଉତ୍ସବରେ ଫରକ କେବଳ ଏତିକି ଥିଲା ଯେ, ପୂର୍ବରୁ ପ୍ରାୟ ୮ଶହ ମିଟର ଲମ୍ବ ବଡଦାଣ୍ଡର ଉଭୟ ପାର୍ଶ୍ବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ।ଏପରିକି ସ୍ଥାନ ଅଭାବରୁ ଅନେକ ସଂଗଠନ ନିଜର ପ୍ରତିଭା ପ୍ରଦର୍ଶନ କରି ପାରୁନଥିଲେ ।

କିନ୍ତୁ ଚଳିତ ବର୍ଷ ବଡଦାଣ୍ଡରେ ଏକ ତୃତୀୟାଂଶ ସ୍ଥାନ ମଧ୍ୟ ବ୍ୟବହୃତ ହୋଇପାରିନଥିଲା । ହାତ ଗଣତି କିଛି ସଂଗଠନକୁ ନେଇ ଏହି ପଥୋତ୍ସବ ଆୟୋଜନ କରି ନିଜର ଦାୟିତ୍ବ ସାରି ଦେଇଥିଲା ପାରଳାଖେମୁଣ୍ଡି ପୌରପରିଷଦ । ଏଥିରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଜିଲ୍ଲାବାସୀଙ୍କୁ ପଥୋତ୍ସବକୁ ଶାନ୍ତି ଏବଂ ସୌହାର୍ଦ୍ୟର ସହିତ ଉପଭୋଗ କରିବାକୁ କହିଥିଲେ । ତେବେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିଜ ବକ୍ତବ୍ୟ ମାଧ୍ୟମରେ ପୌରପରିଷଦର ଦୋଷକୁ ଘୋଡାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏହାକୁ ନାପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଚଇତି ମହୋତ୍ସବରେ ଦୁଲିକିଲା ମୁନିଗୁଡ଼ା

ଗଜପତି ଉତ୍ସବକୁ ନେଇ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଉତ୍ସାହ ରହିଛି । ତେଣୁ ବ୍ଲକ ସ୍ତରରେ ଖୁବ ଆଡମ୍ବର ସହକାରେ ଏହାକୁ ପାଳନ କରାଯାଉଛି । ଏଭଳି ସ୍ଥିତିରେ ଜିଲାର ଏକ ମାତ୍ର ପୌରାଞ୍ଚଳରେ ଏଭଳି ଛୋଟକାଟିଆ ଉତ୍ସବ ଆୟୋଜନ ନିଶ୍ଚିତ ଭାବେ ପରମ୍ପରା ଓ ସଂସ୍କୃତିର ସହର ପାରଳାଖେମୁଣ୍ଡି ସହରର ମର୍ଯ୍ୟାଦା ହାନୀ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏଥିପାଇଁ ପୌରପରିଷଦ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପାରଳାଖେମୁଣ୍ଡି ସହରରେ ଅନେକ ସାଂସ୍କୃତିକ ଏବଂ ସାମାଜିକ ସଂଗଠନ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ସଂପର୍କରେ କାହାକୁ ସୂଚନା ଦିଆଯାଇନାହିଁ । ଯାହାର ଫଳ ସ୍ବରୂପ ଆଜିର ଉତ୍ସବ ଖାଁ ଖାଁ ହୋଇଥିଲା । ଏପରିକି ସାଧାରଣ ଲୋକେ ମଧ୍ୟ ସାମିଲ ହୋଇପାରିନଥିଲେ । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details