ଓଡିଶା

odisha

ETV Bharat / state

ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ - ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ

ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟେସନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ପ୍ରାଥମିକତା ଭିତ୍ତିରେ କରାଯିବ । ଅଧିକ ପଢ଼ନ୍ତୁ

Parlakhemundi  railway station renovation work has started
ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ

By

Published : Dec 15, 2022, 4:41 PM IST

ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ

ପାରଳାଖେମୁଣ୍ଡି: ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟେସନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ପ୍ରାଥମିକତା ଭିତ୍ତିରେ କରାଯିବ । ଏହାପରେ ଷ୍ଟେସନର ଅନ୍ୟାନ୍ୟ କାମ କରାଯିବ। ବର୍ତ୍ତମାନ ଏହି ଷ୍ଟେସନରେ ଯାତ୍ରୀଙ୍କ ପାଇଁ କୌଣସି ମୌଳିକ ସୁବିଧା ସୁଯୋଗ ନାହିଁ। ତେଣୁ ଏଥିପାଇଁ ବାରମ୍ବାର ଦାବି କରାଯିବା ପରେ ଗତ ପ୍ରାୟ 6ମାସ ତଳେ ରେଳ ବିଭାଗ ଏହି ଷ୍ଟେସନର ଉନ୍ନତି ପାଇଁ 4କୋଟି ଟଙ୍କା ମଞ୍ଜୁର କରିଥିଲା । ସେଥି ମଧ୍ୟରେ କେବଳ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ 3 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ସ୍ଥିର କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଟେଣ୍ଡର ପ୍ରକ୍ରିୟା ଶେଷ ହେବାର ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଷ୍ଟେସନର ପ୍ଲାଟଫର୍ମର ଉଚ୍ଚତା ବହୁ ତଳେ ରହିଥିବାରୁ ଲୋକେ ଟ୍ରେନରେ ଯାତାୟତ କରିବା ସମୟରେ ଓହ୍ଲାଇବା ଏବଂ ଚଢିବା ପାଇଁ ନାହିଁନଥିବା ଅସୁବିଧା ଭୋଗୁଥିଲେ । ବିଶେଷ କରି ବରିଷ୍ଠ ନାଗରିକ କିମ୍ବା ରୋଗୀଙ୍କ କ୍ଷେତ୍ରରେ ଅବସ୍ଥା ନକହିବା ଭଲ । କେବଳ ସେତିକି ନୁହେଁ,ଏହି ଐତିହାସିକ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ନାହିଁ । ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ପରେ ରେଳ ବିଭାଗ ଏହାର ଉନ୍ନତି ପାଇଁ ପାଣ୍ଠି ଯୋଗାଇ ଦେଇଥିଲା । ଏହି ପାଣ୍ଠି ଆସିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପାରଳାଖେମୁଣ୍ଡି ରେଳ ଷ୍ଟେସନ ସହ ଗୁଣପୁର ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଟେଣ୍ଡର ହୋଇଥିଲା । ସେଠାରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପାରଳାଖେମୁଣ୍ଡି ରେଳ ଷ୍ଟେସନର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଖୁସି ଜାହିର କରିଛନ୍ତି ।

ଷ୍ଟେସନର ନିର୍ମ।ଣ କାମର ତଦାରଖ ପାଇଁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଷ୍ଟେସନକୁ ଯାଇ ଏହି କାମ କରୁଥିବା ଠିକାଦାରଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ପ୍ଲାଟଫର୍ମର ଉଚ୍ଚତା ସମସ୍ୟାର ସମାଧାନ କରାଯିବ । ଏହାପରେ ପ୍ଲାଟଫର୍ମର ଅନ୍ୟାନ କାମ କରାଯିବ ବୋଲି କହିଛନ୍ତି କହିଛନ୍ତି ସ୍ଥାନୀୟ ବିଧାୟକ ।

୧୦୦ ବର୍ଷ ପୁରୁଣା ଏହି ରେଳ ଷ୍ଟେସନ ପାରଳା ମହାରାଜା ନିର୍ମାଣ କରିଥିଲେ । ଦୀର୍ଘ ଦିନ ପରେ ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଲୋକେ ବିଭିନ୍ନ ସମସ୍ୟରୁ ମୁକ୍ତି ପାଇବେ ଆଶା କରାଯାଉଛି ।

ABOUT THE AUTHOR

...view details