ଓଡିଶା

odisha

ETV Bharat / state

ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ

ନିଜର ଅନନ୍ୟ ପ୍ରତିଭା ପାଇଁ ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ । ୩ ବର୍ଷୀୟ ଏହି ବାଳକ ଅନର୍ଗଳ ଭାବେ କହୁଛନ୍ତି ସଂସ୍କୃତ ଶ୍ଳୋକ ଏବଂ ଦେଶ ବିଦେଶର ବହୁ ଜଣା ଅଜଣା କଥା । ଆରୁଷଙ୍କ ଏଭଳି ସଫଳତା ପାଇଁ ଅଭିଭାବକ ବେଶ ଗର୍ବ ଅନୁଭବ କରୁଥିବା ବେଳେ ସ୍ଥାନୀୟ ଅଂଚଳରେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ
ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ

By

Published : Nov 22, 2020, 7:19 AM IST

Updated : Nov 22, 2020, 10:58 AM IST

ଗଜପତି: ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହିର ଆରୁଷ ମିଶ୍ର । ୩ ବର୍ଷର ଏହି ବିସ୍ମୟ ବାଳକଙ୍କ ବାପା ଅଭିଜିତ ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟରତ । ମାଆ ମୋନାଲି ଆଚାର୍ଯ୍ୟ ଜଣେ ଗୃହିଣୀ । ଅଭିଜିତି ଏବଂ ମୋନାଲିଙ୍କ ଏକମାତ୍ର ପୁଅ ଆରୁଷ । ପିଲାଟି ବେଳରୁ ବିଭିନ୍ନ କଥା ଏବଂ ଶ୍ଳୋକ ଆଦିକୁ ମନେ ରଖୁଥିବା ଦେଖି ଅଧିକ କିଛି ଶିଖାଇବା ପାଇଁ ପ୍ରୟାସ କରିଥିଲେ ସେମାନେ ।

ଗତ କିଛି ବର୍ଷ ହେଲା ମୋନାଲି ପୁଅକୁ ବିଭିନ୍ନ ପ୍ରକାର ସଂସ୍କୃତ ଶ୍ଳୋକ,ଦେଶ ବିଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦିଙ୍କ ନାମ ଏବଂ ରାଇମ୍ସ ଆଦି ଶିଖାଉଛନ୍ତି । ଯାହାକୁ ଅତି ସହଜରେ ଶିଖିବା ସହ ଅନର୍ଗଳ ଭାବେ କହି ପାରୁଛନ୍ତି ଆରୁଷ ।ଏହି ଖବର ସଂଗ୍ରହ ପାଇଁ ଆମେ ପହଁଚିବା ପରେ ଅତି ସହଜ ଢଙ୍ଗରେ ଆମ ସହ କଥାବର୍ତ୍ତା କରିଥିଲେ ଆରୁଷ ।

ସେଥିରୁ ଜଣାପଡିଥିଲା ତାଙ୍କ ଆତ୍ମ ବିଶ୍ବାସ କେତେ । ଏହାପରେ ସେ ଜାଣିଥିବା ସଂସ୍କୃତ ଶ୍ଳୋକ, ଦେଶ ବିଦେଶର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତିଙ୍କ ନାମ ଏବଂ ରାଇମ୍ସ ଆଦିକୁ ଅନର୍ଗଳ କହି ଚାଲିଥିଲେ । ଭବିଷ୍ୟତରେ ସେ କଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ପଚାରିବା କ୍ଷଣି ଡାକ୍ତର କିମ୍ବା ବୈଜ୍ଞାନିକ ହେବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ

ପୁଅର ଏଭଳି ପ୍ରତିଭାକୁ ଚିହ୍ନି ଚଳିତ ବର୍ଷ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଥିଲେ ଅଭିଭାବକ । ସେଠାରୁ ଅନୁମତି ପାଇବା ପରେ ଆରୁଷଙ୍କ ଭିଡିଓକୁ ପଠାଇଥିଲେ ସେମାନେ । ଏହାକୁ ଦେଖିବା ପରେ ଆରୁଷଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇଛନ୍ତି କର୍ତ୍ତୃପକ୍ଷ । ଏହାକୁ ନେଇ ଉଭୟ ବାପା ଅଭିଜିତ ଏବଂ ମାଆ ମୋନାଲି ବେଶ ଖୁସି ପ୍ରକାଶ କରିବା ସହ ପୁଅର ଏଭଳି ସଫଳତା ପାଇଁ ଗର୍ବ ଅନୁଭବ କରିଥିବା କହିଛନ୍ତି ।

ପିଲାମାନଙ୍କ ସଫଳତାରେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି ତାଙ୍କ ଅଭିଭାବକ । ଯାହା ଆରୁଷଙ୍କ କ୍ଷେତ୍ରରେ ପୁଣିଥରେ ପ୍ରମାଣିତ ହୋଇଛି । ତେବେ ସେ ଭବିଷ୍ୟତରେ ଆହୁରି ଆଗକୁ ଯାଆନ୍ତୁ ଏହାହିଁ କାମନା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Nov 22, 2020, 10:58 AM IST

ABOUT THE AUTHOR

...view details