ଓଡିଶା

odisha

By

Published : Dec 16, 2021, 10:56 PM IST

ETV Bharat / state

ଐହିତ୍ୟ ସମ୍ପନ୍ନ ସ୍କୁଲ ଛାତ୍ରବାସ ଗୃହକୁ ନିଜ ଅକ୍ତିଆରରେ କରିଛି ପୌର ପରିଷଦ !

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟକୁ ବର୍ତ୍ତମାନ ନିଜ ଅକ୍ତିଆରରେ କରିନେଇଛି ପାରଳାଖେମୁଣ୍ଡି ପୌର ପରିଷଦ । ଯାହାର ପ୍ରତିବାଦରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ

ଐହିତ୍ୟ ସମ୍ପନ୍ନ ସ୍କୁଲ ଛାତ୍ରବାସ ଗୃହକୁ ନିଜ ଅକ୍ତିଆରରେ କରିଛି ପୌର ପରିଷଦ
ଐହିତ୍ୟ ସମ୍ପନ୍ନ ସ୍କୁଲ ଛାତ୍ରବାସ ଗୃହକୁ ନିଜ ଅକ୍ତିଆରରେ କରିଛି ପୌର ପରିଷଦ

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ କେବଳ ପାରଳାଖେମୁଣ୍ଡି କିମ୍ବା ଗଜପତି ଜିଲ୍ଲାର ନୁହେଁ, ସମଗ୍ର ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ଉଚ୍ଚ ବିଦ୍ୟାଳୟ । ଶତାୟୁ ପୂରାତନ ଏହି ବିଦ୍ୟାଳୟକୁ ପାରଳାଖେମୁଣ୍ଡି ମହାରାଜା ନିର୍ମାଣ କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ପଢିବା ପାଇଁ ଆସୁଥିବା ପିଲାଙ୍କ ରହିବା ପାଇଁ ଏକ ଛାତ୍ରବାସ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ଠାରେ ନୂଆ ଭାବେ ଆରମ୍ଭ ହୋଇଥିବା ମହିଳା ମହାବିଦ୍ୟାଳୟ ପାଇଁ ସ୍ଥାନ ଅଭାବ ହେବାରୁ ପ୍ରାଥମିକ ଭାବେ ଏଠାରେ ଆରମ୍ଭ କରାଯାଇଥିଲା । ମହିଳା ମହାବିଦ୍ୟାଳୟର ନିଜସ୍ବ କୋଠା ହେବା ପରେ ଏଠାରୁ ସେମାନେ ଚାଲିଯିବା ପରେ ଏହି କୋଠାରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚାଲିଥିଲା ।

ଐହିତ୍ୟ ସମ୍ପନ୍ନ ସ୍କୁଲ ଛାତ୍ରବାସ ଗୃହକୁ ନିଜ ଅକ୍ତିଆରରେ କରିଛି ପୌର ପରିଷଦ

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଜସ୍ବ କୋଠା ନିର୍ମାଣ ପରେ ମଧ୍ୟ ଏଠାରୁ ନଯିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ସେତେବେଳେ ଏହାର ପ୍ରତିବାଦରେ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିଲା । ତେବେ ଏହି ସମୟ ମଧ୍ୟରେ ଏଠାରେ ଆଉ କୌଣସି ଛାତ୍ର ବର୍ତ୍ତମାନ ରହିପାରୁନାହାଁନ୍ତି । ଫଳରେ ସ୍କୁଲର ଛାତ୍ର ସଂଖ୍ୟା ଅହେତୁକ ଭାବେ କମିଛି।

ପ୍ରକାଶଥାଉକି, ଏହି ଛାତ୍ରାବାସକୁ ବର୍ତ୍ତମାନ ପାରଳାଖେମୁଣ୍ଡି ପୌର ପରିଷଦ ଅକ୍ତିଆର କରି ତାହାକୁ ଅନ୍ୟ କିଛି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାର ପ୍ରତିବାଦରେ ଗୁରୁବାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବସନ୍ତ ଦାଶ, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଭାରତଭୂଷଣ ମହାନ୍ତି ରାଜେନ୍ଦ୍ର ବେହେରାଙ୍କ ଭଳି ପାରଳାଖେମୁଣ୍ଡି ସହରର କିଛି ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନକୁ ଭେଟି ପୌର ପରିଷଦର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ଐତିହ ବଜାୟ ରଖିବା ଦିଗରେ ସହାୟକ ହେବାକୁ ଦାବି କରିଥିଲେ।

ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍କୁଲରେ ଅଧିକରୁ ଅଧିକ ପିଲା କିଭଳି ପଢିବେ ? ସେଥିପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦେବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି ସରକାର ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ର ମାନଙ୍କୁ ସାମିଲ କରୁଛନ୍ତି । ଏହି ସ୍କୁଲରେ ୨,୦୦୦ ପିଲା ପଢୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୬୦୦କୁ ଖସି ଆସିଛି। ବର୍ତ୍ତମାନ ଏହି କୋଠା ଖାଲି ପଡ଼ିଥିବା ବେଳେ ପ୍ରଶାସନିକ ଭୁଲ ଯୋଗୁଁ ଏହା ପୌର ପରିଷଦ ନାମରେ ପଟ୍ଟା ହୋଇଯାଇଛି । ଫଳରେ ଏହାକୁ ନିଜ ଅକ୍ତିଆରକୁ ନେଇ ସେଠାରେ ନଗର ଗୃହ ନିର୍ମାଣ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ପୌରପରିଦର ଏଭଳି ଷ଼ଡଯନ୍ତ୍ର ବିରୁଦ୍ଧରେ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details