ଗଜପତି: ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ସ୍ଵଛ, ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ କାର୍ଯ୍ୟକ୍ଷମ ଆରମ୍ଭ । ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ଵମୋହନ ରାୟ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ପରିଷଦର ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ହୋଇଛି l
ଏହି ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ପର୍ଯ୍ୟବେକ୍ଷକ, ଜିଲ୍ଲାରେ ହେବାକୁ ଥିବା ନିର୍ବାଚନ କିପରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ସୀମା ଉପରେ ସମସ୍ତଙ୍କୁ ଅବଗତ କରିବା ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରତିଦିନ ଖର୍ଚ୍ଚର ପରିମାଣକୁ ଉପସ୍ଥାପନା କରିବା ପାଇଁ ଆଲୋଚନା କରିଛନ୍ତି ।