ଗଜପତି:ସରକାରୀ ଯୋଜନା ଫେଲ ମାରିଛି । ଜନତାଙ୍କ ମୌଳିକ ସୁବିଧା ପାଇଁ ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ଗଜପତି ଜିଲ୍ଲାରେ ପ୍ରହସନ ପାଲଟିଛି ସରକାରୀ ଯୋଜନା । ଗାଁ କୁ ନାହିଁ ଭଲ ରାସ୍ତା ଟିଏ । ଆସି ପାରୁ ନାହିଁ ଆମ୍ବୁଲାନ୍ସ । ଫଳରେ କାନ୍ଧରେ ବୁହା ହୋଇ ଯାଉଛନ୍ତି ଡାକ୍ତରଖାନା । ଗଜପତି ଜିଲ୍ଲା ମୋହନା ବ୍ଲକ ଡମ୍ବଗୁଡା ପଞ୍ଚାୟତ ନିଲଡିକିଲିଆ ଗାଁ ଦୁର୍ଗମ ଗ୍ରାମ ଭାବରେ ପରିଚିତ । ଏହି ଗ୍ରାମର ଜଣେ ମହିଳା ଗତ କାଲି ଠାରୁ ହଠାତ ଅସୁସ୍ଥ ହୋଇପଡିଥିଲେ । ଗାଁ ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଦୁର୍ଗମ ରାସ୍ତା ପାଇଁ ଆମ୍ବୁଲାନ୍ସ ଆସିବାକୁ ମନା କରି ଦେଇଥିଲା । ଫଳରେ ମହିଳା ଜଣଙ୍କୁ ଚାରି କିଲୋ ମିଟର କାନ୍ଧରେ ବୁହା ହୋଇ ଡାକ୍ତରଖାନା ନିଆଯାଇଥିଲା ।
ଗାଁକୁ ନାହିଁ ରାସ୍ତା, କାନ୍ଧରେ ବୁହା ହୋଇଯାଉଛନ୍ତି ଡାକ୍ତରଖାନା - ଗଜପତିରେ କାନ୍ଧରେ ବୁହା ହୋଇ ରୋଗୀ ଯାଉଛନ୍ତି ଡାକ୍ତରଖାନା
ଗାଁ କୁ ନାହିଁ ଭଲ ରାସ୍ତା ଟିଏ । ଆସି ପାରୁ ନାହିଁ ଆମ୍ବୁଲାନ୍ସ । ଫଳରେ କାନ୍ଧରେ ବୁହା ହୋଇ ଯାଉଛନ୍ତି ଡାକ୍ତରଖାନା । ଅଧିକ ପଢନ୍ତୁ
ଗାଁ କୁ ନାହିଁ ରାସ୍ତା, କାନ୍ଧରେ ବୁହା ହୋଇ ଯାଉଛନ୍ତି ଡାକ୍ତରଖାନା
ଗାଁ କୁ ନାହିଁ କୌଣସି ମୌଳିକ ସୁବିଧା । ନା ଗାଁ କୁ ଯାଇଛି ନା ଭଲ ରାସ୍ତା । ନା ଲୋକ ଆମ୍ବୁଲାନ୍ସର ସୁବିଧା ପାଇ ପାରୁଛନ୍ତି । ଗାଁକୁ ଯିବାକୁ ହେଲେ ବଣ ପାହାଡ ଘେରା ରାସ୍ତା ଦେଇ ଯିବାକୁ ପଡେ । ଚାରିଚକିଆ ଯାନ ଚଳପ୍ରଚଳ କରିବା ଦୂରର କଥା ଏଠରେ ସାମାନ୍ୟ ବାଇକ ଯିବା ମଧ୍ୟ ମୁସ୍କିଲ । କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ କାନ୍ଧରେ ବୁହା ହୋଇ ଡାକ୍ତରଖାନା ନେବାକୁ ପଡୁଛି ।
ଇଟିଭି ଭାରତ, ଗଜପତି
Last Updated : Jun 28, 2022, 10:37 PM IST