ଓଡିଶା

odisha

ETV Bharat / state

ଗଜପତିରେ ‘ଫନି’ର ବିଶେଷ ପ୍ରଭାବ ନାହିଁ, ସୁରକ୍ଷିତ ଜିଲ୍ଲାବାସୀ - Gajpati

ବାତ୍ୟା ‘ଫନି’ର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଜିଲ୍ଲାରେ 649ଟି ଆଶ୍ରୟସ୍ଥଳୀରେ 49 ହଜାର 372 ଲୋକଙ୍କୁ ସ୍ଥାନାନ୍ତର କରିଥିଲା । ବର୍ତ୍ତମାନେ ସମସ୍ତେ ସୁରକ୍ଷିତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : May 4, 2019, 11:24 PM IST


ଗଜପତି: ବାତ୍ୟା ‘ଫନି’ ସ୍ଥଳଭାଗକୁ ଛୁଇଁଲା ପରେ ତାର କରାଳ ରୂପ ଦେଖାଇଥିଲା । ତେବେ ଏହି ଭୟଙ୍କର ବାତ୍ୟାର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତ ଥିଲା । ଜିଲ୍ଲାରେ 649ଟି ଆଶ୍ରୟସ୍ଥଳୀରେ 49 ହଜାର 372 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଜିଲ୍ଲା ପ୍ରଶାସନ । ତେବେ ଗଜପତିରେ ବାତ୍ୟାର ପ୍ରଭାବ ବିଶେଷ ଭାବେ ପଡିନଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଉକ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାସହ ସୁଖିଲା ଖାଦ୍ୟ ଚୁଡା, ଗୁଡ଼, ବିସ୍କୁଟ, ପାଣି ଓ ଆଲୁଅ ପାଇଁ କ୍ୟାଣ୍ଡଲ ଓ ଦିଆସିଲି ମଧ୍ୟ ଯାଗାଇ ଦିଆଯାଇଥିଲା । ସ୍ଵାସ୍ଥ୍ୟ ଗତ ସମସ୍ୟାକୁ ଦୃଷ୍ଟିରେ ରଖି 21ଟି ମେଡିକାଲ ଟିମକୁ ନିୟୋଜିତ କରାଯିବ ସଙ୍ଗେ ସଙ୍ଗେ ଗୋଟିଏ ଏନଡିଆରଏଫ୍ ଟିମ ଓ ଓଡିଆରଏଏଫ୍ ଟିମକୁ ମଧ୍ୟ ରଖାଯାଇଥିଲା ।

ତେବେ ବାତ୍ୟା ‘ଫନି’ ଦ୍ବାରା ଜିଲ୍ଲାରେ କୌଣସି ବିଶେଷ ପ୍ରଭାବ ପଡିନାହିଁ । ଏହି ବାତ୍ୟାରେ କେହି ମୃତାହତ ହାଇ ନଥିବା ସୂଚନା ରହିଛି । କେବଳ ସାମାନ୍ୟ ପବନ ଓ ବର୍ଷା ହୋଇଥିଲା । ଯେହେତୁ ଏହି ବାତ୍ୟାରେ ପୁରୀ ଜିଲ୍ଲା ଓ ଭୁବନେଶ୍ବରରେ ଅଧିକ ପ୍ରଭାବ ପଡିଥିଲା ତେଣୁ ଏନଡିଆରଏଫ ଟିମ ଓ ଓଡିଆରଏଏଫ ଟିମକୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇଦିଆଯାଇଛି ।

ବର୍ତ୍ତମାନର ପରିସ୍ଥିତି ଠିକ ଥିବାରୁ ସମସ୍ତ ଆଶ୍ରୟସ୍ଥଳୀରେ 49ହଜାର 372 ଲୋକଙ୍କୁ ନିଜ ନିଜ ସ୍ଥାନକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details