ଓଡିଶା

odisha

ETV Bharat / state

ନିଖୋଜ 5ଛାତ୍ରଙ୍କୁ ଉଦ୍ଧାର କଲା ବିଶାଖପାଟଣା ଚାଇଲ୍ଡଲାଇନ - ଜଙ୍ଗଲପାଡୁ ଗାଁର ନିଖୋଜ 5ଜଣ ଛାତ୍ର

ଶେଷରେ ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ପତ୍ତା । ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗାଁର ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିଛି ବିଶାଖପାଟଣା ଚାଇଲ୍ଡଲାଇନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

By

Published : Nov 4, 2019, 6:15 PM IST

ଗଜପତି: ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗାଁର ନିଖୋଜ 5ଜଣ ଛାତ୍ରଙ୍କ ଶେଷରେ ପତ୍ତା ମିଳିଛି । ସେମାନଙ୍କୁ ଆନ୍ଧ୍ରର ବିଶାଖପାଟଣା ରେଳଷ୍ଟେସନରୁ ସେଠାକାର ଚାଇଲ୍ଡଲାଇନ ଉଦ୍ଧାର କରିବା ସହ ସେମାନଙ୍କୁ ସେଠାକାର ଏକ ଶିଶୁ ଯତ୍ନ ଗୃହରେ ରଖିଥିବା ଗଜପତି ଏସପି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ସେମାନେ ଗଜପତି ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ପିଲାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି । ଏହାସହ ପିଲାଙ୍କୁ ଆଣିବା ପାଇଁ ଗଜପତିର ଏକ ଟିମ୍ ଆସନ୍ତାକାଲି ବିଶାଖପାଟଣା ଯିବ ବୋଲି ଏସପି କହିଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ସେହିପରି ପିଲାଙ୍କ ପତ୍ତା ମିଳିବା ଖବର ପାଇବା ପରେ ସେମାନଙ୍କ ପରିବାର ଲୋକେ ବର୍ତ୍ତମାନ ବିଶାଖପାଟଣା ଯାଇଛନ୍ତି। ସେମାନଙ୍କୁ ଯଦି ସେଠାକାର ଚାଇଲ୍ଡଲାଇନ ହସ୍ତାନ୍ତର କରିଦେବ ତାହା ହେଲେ ପୁଣିଥରେ ସେମାନଙ୍କୁ ଏଠାକୁ ଡକାଇ କାଉନସେଲିଂ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details