ଓଡିଶା

odisha

ETV Bharat / state

ଏମିତି ଦାଦନ ଜୀବନ: ଶୈଶବସ୍ଥାରେ ଘରୁ ଗୋଡ କାଢିଥିଲେ, ବୃଦ୍ଧାବସ୍ଥାରେ ଘରକୁ ଫେରିଲେ - ୬୦ ବର୍ଷ ପରେ ଘରକୁ ଫେରିଲେ

ପୋଟପାଟଣା ପାଇଁ ଶୈଶବସ୍ଥାରେ ଘରୁ ଗୋଡ଼ କାଢିଥିଲେ ଗଜପତି ଲୁହାଗୁଡିର ଗୋବର୍ଦ୍ଧନ ଲୋହରା । ୬୦ବର୍ଷ ପରେ ଘରକୁ ଫେରିଥିବା ବେଳେ ଗାଁରେ ଖୁସିର ମାହୋଲ ଦେଖାଦେଇଛି । ଅଧିକ ପଢନ୍ତୁ

ଦାଦନ ଦୁଃଖ
ଦାଦନ ଦୁଃଖ

By

Published : May 15, 2023, 12:57 PM IST

ଦାଦନ ଦୁଃଖ

ଗଜପତି: ମାତ୍ର ୧୨ ବର୍ଷ ବୟସରେ ପେଟପାଟଣା ପାଇଁ ଭିଟାମାଟି ଛାଡିଥିଲେ । ନା ଦୁନିଆ କଣ ଜାଣିଥିଲେ ନା ସଂସାର ବିଷୟରେ କିଛି ଅବଗତ ଥିଲେ । କିନ୍ତୁ ପେଟକୁ ମୁଠାଏ ଦାନା ଯୋଗାଇବା ପାଇଁ ୧୨ ବର୍ଷ ବୟସରେ ଘରୁ ଗୋଡ଼ କାଡିଥିଲେ ଗୋବର୍ଦ୍ଧନ ଲୋହରା । ଭାବିଥିଲେ କିଛି ପଇସା ରୋଜଗାର କରି ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇବେ । ହେଲେ ସେଠାରେ ତାଙ୍କ ସହ ଘଟିଯାଇଥିଲା ଅନେକ ଦୁର୍ଘଟଣା । ଆଉ ଫେରିନପାରି ସେଠାରେ ଫସି ରହିଥିଲେ । ବର୍ତ୍ତମାନ ୬୦ ବର୍ଷ ପରେ ୭୨ ବର୍ଷ ବୟସରେ ନିଜ ଜନ୍ମମାଟି ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡିକୁ ଫେରିଛନ୍ତି ଗୋବର୍ଦ୍ଧନ ।

ଏମିତି ଥିଲା ଘଟଣା:ପ୍ରାୟ ୬୦ ବର୍ଷ ପୂର୍ବରୁ ଗୋବର୍ଦ୍ଧନ ଲୋହରାଙ୍କୁ ଯେତେବଳେ ୧୨ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଠିକାଦାର ମଧ୍ୟପ୍ରଦେଶର ହୁରସିଂଗାବାଦ୍ ଜିଲ୍ଲା ବାଣାପୁରକୁ ନେଇଯାଇଥିଲା । ହେଲେ ଯିବା ପରଠୁ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ପରିବାର ଲୋକେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ପତ୍ତା ନମିଳବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଭାବି ନେଇଥିଲେ । କିନ୍ତୁ ସେପଟେ ଗୋବର୍ଦ୍ଧନ ବାଣାପୁରରେ ପହଞ୍ଚିବା ପରେ ସେଠାରେ କାମ କରିଥିଲେ । ହେଲେ କାମ ଅନୁସାରେ କମ ମଜୁରି ମିଳିବାରୁ କାମ ଛାଡି ବିନା ଟିକେଟରେ ଟ୍ରେନରେ ଚଢ଼ି ଗାଁକୁ ଫେରି ଆସୁଥିଲେ । ଅଧା ରାସ୍ତାରେ ଟିଟିଆଇ ତାଙ୍କୁ ଧରି ନାଗପୁର ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ୧୫ ଦିନ ଷ୍ଟେସନରେ ପଡ଼ି ରହିବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି ଭାବି ପାଗଳଖାନାରେ ଭର୍ତ୍ତି କରି ଦେଇଥିଲେ । କିନ୍ତୁ ସେ ପାଗଳ ନୁହେଁ ବୋଲି ଜାଣିବା ପରେ ସେଠାରୁ କାଢ଼ି ତାଙ୍କୁ ଏକ ହୋଟେଲରେ ଛାଡ଼ି ଦେଇଥିଲେ । ସେଠାରେ ସେ କାମ କରିବାକୁ ଲାଗିଲେ, ଆଉ ଘରକୁ ଫେରି ନଥିଲେ । ହୋଟେଲ ରହିବା ସମୟରେ ସଂସାର ଗାଡ଼ି ମଧ୍ୟ ଆଗକୁ ବଢିଲା । ବିବାହ କରି ଘର ସଂସାର କରିଲେ । ଦୀର୍ଘ ୬୦ ବର୍ଷ ପରେ ତାଙ୍କର ପରିବାର ଲୋକଙ୍କୁ ମନେ ପକାଇ ସେ ଲୁହାଗୁଡି ଗାଁକୁ ଫେରିଛନ୍ତି । ଫେରିବା ସମୟରେ ସେ ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ବାଇଁ ଓ ଦୁଇ ନାତିଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ଗୋବର୍ଦ୍ଧନ । ସେପଟେ ଦୀର୍ଘ ୬୦ ବର୍ଷ ପରେ ଭାଇକୁ ପାଇ ଖୁସି ହୋଇଛନ୍ତି ତାଙ୍କ ସାନ ଭଉଣୀ ରୂପମ l

ଗାଁରେ ଖୁସିର ମାହୋଲ:ଗ୍ରାମବାସୀମାନେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ଭାବି ନେଇଥିବା ବେଳେ ସେ ବର୍ତ୍ତମାନ ଘରକୁ ଫେରିଛନ୍ତି । ହେଲେ ଗାଁ ମାଟି ମମତା ତାଙ୍କୁ ଗାଁ ଫେରିବାକୁ ବାଧ୍ୟ କରିଛି । ତାଙ୍କୁ ଦେଖି ଗାଁ ଲୋକେ ଖୁସିରେ ଆତ୍ମହରା ହୋଇ ତାଙ୍କୁ ବନ୍ଦାପନା କରି ପାଦ ଧୋଇ ଫୁଲମାଳ ଦେଇ ସ୍ବାଗତ କରିଥିଲେ । ବହୁ ବର୍ଷ ପରେ ଗୋବର୍ଦ୍ଧନ ଗାଁକୁ ଫେରି ଆସିଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ଦେଖି ତାଙ୍କ ସମସ୍ତ ପରିବାର ବର୍ଗ ଓ ଗ୍ରାମବାସୀ ବେଶ ଖୁସି ଥିବା ଦେଖାଦେଇଛି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details