ଓଡିଶା

odisha

ETV Bharat / state

ପିପିଇ କିଟ ପିନ୍ଧି ମହିଳାଙ୍କ ଉନ୍ମତକାଣ୍ଡ - ପିପିଇ କିଟ ପିନ୍ଧିଲେ ମାନସିକ ବିକୃତ

ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଛକରେ ପିପିଇ କିଟ ପିନ୍ଧି ଜଣେ ମାନସିକ ବିକୃତ ମହିଳାଙ୍କ ଉନ୍ମତକାଣ୍ଡ । ଖବର ପାଇ ଅତିରିକ୍ତ ତହସିଲଦାର ଓ ମେଡିକାଲ ଟିମ ପହଞ୍ଚି ମହିଳାଙ୍କୁ କାବୁ କରି ତାଙ୍କୁ ନୂଆ ଲୁଗା ପିନ୍ଧାଇଛନ୍ତି । ଅଧିକ ପଢନ୍ତୁ...

ପିପିଇ କିଟ ପିନ୍ଧି ମାନସିକ ବିକୃତ ମହିଳାଙ୍କ ଉନ୍ମତକାଣ୍ଡ
ପିପିଇ କିଟ ପିନ୍ଧି ମାନସିକ ବିକୃତ ମହିଳାଙ୍କ ଉନ୍ମତକାଣ୍ଡ

By

Published : May 18, 2021, 4:08 PM IST

ଗଜପତି: ପିପିଇ କିଟ ପିନ୍ଧି ଜଣେ ମାନସିକ ବିକୃତ ମହିଳାଙ୍କ ଉନ୍ମତ କାଣ୍ଡ । ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଛକରେ ଦୀର୍ଘ ସମୟ ଧରି ଜଣେ ମାନସିକ ବିକୃତ ମହିଳା ପିପିଇ କିଟ ପିନ୍ଧି ଉନ୍ମତକାଣ୍ଡ ଚଲେଇଥିଲା ।

ପିପିଇ କିଟ ପିନ୍ଧି ମାନସିକ ବିକୃତ ମହିଳାଙ୍କ ଉନ୍ମତକାଣ୍ଡ

ରାସ୍ତା କଡରେ ଫିଙ୍ଗା ହୋଇଥିବା ବ୍ୟବହୃତ ଏଜ ପିପିଇ କିଟକୁ ଏହି ମାନସିକ ବିକାରଗ୍ରସ୍ତ ମହିଳା ଜଣକ ପିନ୍ଧି ରାସ୍ତାରେ ଯାଉଥିବା ଲୋକଙ୍କୁ ଧରି ପକାଉଥିବା ବେଳେ ଲୋକଙ୍କ ଘରେ ମଧ୍ୟ ପଶି ଯାଉଥିଲା । ସଂକ୍ରମଣ ଭୟ ରହିଥିବାରୁ ତୁରନ୍ତ ତାକୁ କାବୁ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ । ଫଳରେ ଖବର ପାଇ ଅତିରିକ୍ତ ତହସିଲଦାର ଓ ମେଡିକାଲ ଟିମ ପହଞ୍ଚି ମହିଳାଙ୍କୁ କାବୁ କରି ତାଙ୍କୁ ପିପିଇ କିଟ କାଢି ନୂଆ ଲୁଗା ପିନ୍ଧାଇଥିଲେ ।

ଲୁହାଗୁଡି ଛକ ନିକଟରେ ମଧ୍ୟ ଆଉ ଏକ ପିପିଇ କିଟ ପଡିଥିବା ଦେଖିବା ପରେ ମେଡିକାଲ ଟିମ ତାକୁ ପୋଡି ନଷ୍ଟ କରିଛନ୍ତି । ତେବେ ବାରମ୍ବାର ପିପିଇ କିଟ ଫିଙ୍ଘା ଘଟଣା ସାମ୍ନାକୁ ଆସୁଥିବା ବେଳେ କିଏ ଏସବୁ ରାସ୍ତା କଡରେ ପକାଉଛି, ତାହା ଧରିବା ପାଇଁ ପୋଲିସକୁ ନିୟୋଜିତ କରାଯିବ ବୋଲି ମେଡିକାଲ ଇନଚାର୍ଜ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details