ଓଡିଶା

odisha

ETV Bharat / state

Banyan-Peepal Tree Marriage; ଜାକଜମକରେ ହେଲା ବାହାଘର, ଜମିଲା ଭୋଜିଭାତ - ବୃକ୍ଷରୋପଣ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ପରମ୍ପରାକୁ ରକ୍ଷା କରି ପ୍ରାପ୍ତ ବୟସ୍କ ହେବା ପରେ ବର ଓ ଓସ୍ତ ଗଛ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ଗଜପତିରେ ବର ଓ ଓସ୍ତ ଗଛ ବିବାହ
ଗଜପତିରେ ବର ଓ ଓସ୍ତ ଗଛ ବିବାହ

By

Published : Jun 2, 2023, 6:53 PM IST

ଜାକଜମକରେ ହେଲା ବର ଓ ଓସ୍ତ ଗଛ ବିବାହ

ପାରଳାଖେମୁଣ୍ଡି:ବର ଓ ଓସ୍ତ ବୃକ୍ଷ ରୋପଣ କରିବା ଏବଂ ଏହାକୁ ବଡ ହେବା ଯାଏଁ ଯତ୍ନ ନେବା ସହ ଉଭୟଙ୍କ ବିବାହ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯିବାର ନଜିର ରହିଛି। ସେହିପରି ପାରଳାଖେମୁଣ୍ଡିଠାରେ ଏମିତି ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ସ୍ଥିତ ଅବକାରୀ ଭ୍ରାମ୍ୟମାଣ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ । ସାଧାରଣତଃ ମନୁଷ୍ୟ ବିବାହ ସମୟରେ ପାଳନ କରାଯାଉଥିବା ସମସ୍ତ ରୀତିନୀତି ଅନୁଯାୟୀ ବର ଓ ଓସ୍ତ ଗଛ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ପୁରୋହିତଙ୍କ ମନ୍ତ୍ର ଧ୍ବନୀ ମଧ୍ୟରେ ବାଟବରଣ ଠାରୁ ଆରମ୍ଭ କରି ହାତ ଗଣ୍ଠି ଫିଟାଇବା ଯାଏଁ ସମସ୍ତ ନୀତି ଦେଖିବାକୁ ମିଳିଥିଲା ।

1992 ମସିହାରେ ଗଜପତି ଜିଲ୍ଲା ଗଠନ ହେବାପରେ ଅବକାରୀ ନିରୀକ୍ଷକ ଭାବେ ଏଠାରେ ଯୋଗ ଦେଇଥିଲେ ଶରତ ଚନ୍ଦ୍ର ଭଞ୍ଜ । ସେତେବେଳେ ଅବକାରୀ କାର୍ଯ୍ୟାଳୟ ଚାଲୁ ରହିଥିବା ସ୍ଥାନ ନିକଟରେ ସେ 2002-03 ମସିହାରେ ବର ଓ ଓସ୍ତ ଗଛ ଲଗାଇଥିଲେ । କିନ୍ତୁ ଏହା ପ୍ରାପ୍ତ ବୟସ୍କ ହେବା ପରେ ଏଭଳି ବିବାହ କାର୍ଯ୍ୟ କରାଯାଏ ବୋଲି ସେ ଜାଣିନଥିଲେ । ହେଲେ ଏହାର କିଛି ବର୍ଷ ପରେ ଅବକାରୀ ନିରୀକ୍ଷକ ଶରତଙ୍କର ବଦଳି ହୋଇଯାଇଥିଲା ।

ବର୍ତ୍ତମାନ ଏହି ଦୁଇ ଗଛ ପ୍ରାପ୍ତ ବୟସ୍କ ହେବା ପରେ ଏହାର ବିବାହ କରାଯିବା ନିୟମ ରହିଥିବାରୁ ସେ ଏଭଳି କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହାସହ ଶରତ କହିଛନ୍ତି ଯେ, ଜୀବନରେ କରିଥିବା ମହତ କାର୍ଯ୍ୟ ମଧ୍ୟରୁ ଏହା ସବୁଠାରୁ ଶ୍ରେଷ୍ଠ। ଏପରିକି ନିଜ ଝିଅ ବିବାହ ଠାରୁ ମଧ୍ୟ ଆଜିର ବିବାହ କାର୍ଯ୍ୟ ତାଙ୍କୁ ଅଧିକ ତୃପ୍ତି ଦେଇଛି ବୋଲି କହିବା ସହ ଏଥିରେ ଅବକାରୀ ବିଭାଗର କର୍ମଚାରୀଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଦେବନୀତିରେ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଆଶୀର୍ବ।ଦ ଗ୍ରହଣ କରିବା ସହ ପ୍ରସାଦ ସେବନ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ଏହା କେବଳ ଏକ ଦେବ ନୀତି ନୁହେଁ, ସମାଜ ପାଇଁ ଏହା ଏକ ବାର୍ତ୍ତା ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ବର ଓ ଓସ୍ତ ପରିବେଶ ପାଇଁ ଆବଶ୍ୟକୀୟ ଗଛ । ତେଣୁ ଏହାକୁ ସମ୍ମାନ ଦେବା ସମାଜ ପାଇଁ ଏକ ଉଦାହରଣ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ । ହିନ୍ଦୁ ଶାସ୍ତ୍ର ମଣିଷ ସମାଜ ଠାରୁ ଆରମ୍ଭ କରି ଜୀବ ଜନ୍ତୁ ଓ ବୃକ୍ଷଲତା ଯାଏଁ ପ୍ରତ୍ୟେକଙ୍କୁ ସମ୍ମାନ ଦେବା ପାଇଁ ଆହ୍ନାନ ଦେଇଛି । ଯାହାର ଉଦାହରଣ ହେଉଛି ବର ଓ ଓସ୍ତ ଗଛର ବିବାହ ପରମ୍ପରା ।

ଇଟିଭି ଭାରତ,ଗଜପତି

ABOUT THE AUTHOR

...view details