ଓଡିଶା

odisha

By

Published : Jun 10, 2020, 4:55 PM IST

ETV Bharat / state

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ଗଜପତିରେ ପହଞ୍ଚିଲେ ସମାଜସେବୀ ସତ୍ୟବ୍ରତ

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ରାଜ୍ୟର ସମସ୍ତ ବ୍ଲକକୁ ପଦଯାତ୍ରା ଆରମ୍ଭ କରିଛନ୍ତି ସମାଜସେବୀ ସତ୍ୟବ୍ରତ ଦାସ । ବୁଧବାର ସେ ଗଜପତିର ସଦରମହକୁମା ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି ।

march to all blocks
ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା

ଗଜପତି: ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ସମାଜସେବୀଙ୍କ ପଦଯାତ୍ରା । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ରାଜ୍ୟର ସମସ୍ତ ବ୍ଲକକୁ ପଦଯାତ୍ରା ଆରମ୍ଭ କରିଛନ୍ତି ସମାଜସେବୀ ସତ୍ୟବ୍ରତ ଦାସ । ବୁଧବାର ସେ ଗଜପତିର ସଦରମହକୁମା ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି ।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଧଲ ଗ୍ରାମର ଯୁବ ସମାଜସେବୀ ସତ୍ୟବ୍ରତ । ସେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୫,୫୦୦ କିଲୋମିଟର ଯାତ୍ରା କରିସାରିଛନ୍ତି ।

ଏବେସୁଦ୍ଧା ସତ୍ୟବ୍ରତ ୧୯୦ ବ୍ଳକକୁ ଯାତ୍ରା କରିସାରିଛନ୍ତି । ଆଜି(ବୁଧବାର) ପାରଳାଖେମୁଣ୍ଡି ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏବଂ ବୁଦ୍ଧିଜୀବି ସ୍ବାଗତ କରିଥିବା ଜଣାପଡିଛି ।

ଗଜପତି ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details