ଗଜପତି: ପୁଣି ଆଉ ଗୋଟିଏ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଛି ଆଶ୍ବସ୍ତି । ଗତ 2012 ମସିହାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଅଞ୍ଚଳରେ ପୋଟ୍ରୋଲିଂ କରୁଥିବା ସମୟରେ ପୋଲିସ ଗୋଟିଏ ବାଇକ ଜବତ କରିବା ସହ ସେଥିରେ ଥିବା 2ଟି ବନ୍ଧୁକ, 16 ହଜାର 500ଟଙ୍କା ଜବତ କରିଥିଲା । ଏହି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଅଭିଯୋଗ କରିଥିଲା । ଏହି ମାମଲାରେ ବିଚାର କରି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ ଅରୁଣ କୁମାର ସାହୁ ଆଜି ନିଜ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।
ମାଓନେତା ସବ୍ୟସାଚୀ ଆଉ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ - ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଗୋଟିଏ ପରେ ଗୋଟିଏ ମାମଲାରୁ ମିଳୁଛି ମୁକ୍ତି । ଆଜି ଗଜପତି ପୋଲିସ ନିକଟରେ ହୋଇଥିବା ଏକ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଜପତି
ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ 44ଟି ମାମଲା ରହିଥିବା ବେଳେ ବର୍ତ୍ତମାନ ସୁ୍ଦ୍ଧା 22ଟି ମାମଲା ରାୟ ପ୍ରକାଶ ପାଇଛି । ଏହି ସବୁଥିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆହୁରି 22ଟି ମାମଲା ବିଚରାଧୀନ ରହିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
Last Updated : Aug 23, 2019, 8:12 AM IST