ଗଜପତି:ଜିଲ୍ଲାରେ ମକର ଉତ୍ସବକୁ ପ୍ରତିବର୍ଷ ଧୁମଧାମରେ ପାଳନ କରାଯାଉଥିଲେ ହେଁ ଚଳିତବର୍ଷ ଉତ୍ସବ ଫିକା ପଡିଯାଇଛି । ମକର ଉତ୍ସବକୁ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ସହିତ ପାଳନ କରାଯାଇଛି ।
ଏହି ଦିନ ଭଗବାନଙ୍କ ନିକଟରେ ମକର ଚାଉଳ ସହ ଲିଆମୁଆଁ ଭୋଗ ଲଗାଯାଏ । ପାରଳାଖେମୁଣ୍ଡିରେ ପ୍ରତିବର୍ଷ ମା' ଭବାନୀଙ୍କ ନିକଟରେ ମଧ୍ଯ ବହୁ ଆଡମ୍ବର ସହିତ ପୂଜା ହୁଏ । ଚଳିତବର୍ଷ ପାରଳାଖେମୁଣ୍ଡିର ରାଜଗୁରୁ ସାହି ଛକ ନିକଟସ୍ଥ ମା' ଭବାନୀଙ୍କ ମନ୍ଦିରରେ ମକର ପୂଜା ପାଳିତ ହୋଇଛି ।