ଗଜପତି:ଭକ୍ତଶୂନ୍ୟ ମହେନ୍ଦ୍ରଗିରି । ଶିବରାତ୍ରୀ ଉପଲକ୍ଷେ ଯେଉଁ ମହେନ୍ଦ୍ରଗିରି ଜନଗହଳିରେ ଫାଟି ପଡୁଥଲା, କଟକଣା ପାଇଁ ତାହା ଆଜି ପୁରା ଖାଁ ଖାଁ । ଏଠାରେ ପ୍ରତିବର୍ଷ ଜାଗର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ତେଣୁ ଚଳିତ ବର୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଏଠାରେ ଶିବରାତ୍ରୀ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ମହେନ୍ଦ୍ରଗିରିରେ ମହାଶିବରାତ୍ରୀ ଦିନ ସକାଳର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ପ୍ରତିବର୍ଷ ଶିବରାତ୍ରୀର ପୂର୍ବଦିନ ସନ୍ଧ୍ୟାରୁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି ମହେନ୍ଦ୍ରଗିରି ଯିବା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି । ଫଳରେ ଲୋକାରଣ୍ୟ ହେଉଥିବା ଏହି ପାହାଡ ଆଜି ମରୁଭୂମି ସଦୃଶ ଦୃଶ୍ୟମାନ ହୋଇଛି । ରୀତିନୀତି ପାଇଁ ପୂଜକ, ହାତଗଣତି କିଛି ପୁଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପୀଠରେ ଉପସ୍ଥିତ ରହିଛନ୍ତି ।