ଓଡିଶା

odisha

ETV Bharat / state

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ - ଗଜପତିରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ

ପୁଣି ମୃତ ଦେହକୁ ଅଣଦେଖା । ମୃତକଙ୍କୁ ମିଳିଲାନି ମହାପ୍ରୟାଣ । ବାଧ୍ୟ ହୋଇ ମୃତ ଦେହକୁ 3 କିମି ଖଟିଆରେ ବୋହିନେଲେ ପରିବାର ଲୋକେ ।

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ

By

Published : Sep 12, 2019, 4:09 AM IST

ଗଜପତି: ଜିଲ୍ଲାର ରାୟଗଡ ବ୍ଲକରେ ଅଭାବନୀୟ ଘଟଣା । ପୁଣି ମୃତ ଦେହକୁ ଅଣଦେଖା । ମୃତକଙ୍କୁ ମିଳିଲାନି ମହାପ୍ରୟାଣ । ବାଧ୍ୟ ହୋଇ ମୃତ ଦେହକୁ 3 କିମି ଖଟିଆରେ ବୋହିନେଲେ ପରିବାର ଲୋକେ ।

ମିଳିଲାନି ମହାପ୍ରୟାଣ, 3 କିମି ଖଟିଆରେ ବୁହା ହେଲା ମୃତଦେହ

ଏଠାରେ ସୂଚନାଯୋଗ୍ୟ, ରାୟଗଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା କାର୍ତ୍ତୀକ ଶବର(60) ଜ୍ବର ଓ ଝାଡା ରୋଗରେ ଆକ୍ରାନ୍ତ ଥିଲେ । ଯେଉଁ କାରଣରୁ ତାଙ୍କୁ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଏହାପରେ ପରିବାର ଲୋକେ ମହାପ୍ରୟାଣକୁ ଫୋନରେ ଯୋଗାଯୋଗ କରିଥିଲେ । ମାତ୍ର ଗାଡି ଉପଲବ୍ଧ ନଥିବାରୁ ସେମାନେ ମୃତ ଦେହକୁ ଖଟିଆରେ 3 କିମି ନିଜ ଗାଁ କୁ ବୋହି ନେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details