ଓଡିଶା

odisha

ETV Bharat / state

ପୌରାଣିକ କଥା ଓ ହିନ୍ଦୁ ରୀତିନୀତିର ପର୍ବ ହୋଲିକା ଦହନ ଉତ୍ସବ

ଦିନକ ପରେ ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହେବ ଧରଣୀ । ଏନେଇ ରାଜ୍ୟରେ ମଧ୍ୟ ଚାଲିଛି ଜୋରସୋର ପ୍ରସ୍ତୁତି । ଉଭୟ ଦୋଳ ଓ ହୋଲିକୁ ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଐତିହ୍ୟ ଓ ସଂସ୍କୃତିର ସହର ପାରଳାଖେମୁଣ୍ଡିରେ ଦୋଳ ଉତ୍ସବ ଉତ୍ସବ ମୁଖରିତ ହୋଇଛି ।

Maghapodi festival, maghapodi in gajapati, gajapati latest news, dola in gajapati, ଗଜପତିରେ ମଘାପୋଡି, ମଘାପୋଡି ଉତ୍ସବ, ଗଜପତି ଲାଟେଷ୍ଟ ନ୍ୟୁଜ୍‌, ଗଜପତି ଆଧ୍ୟାତ୍ମିକ ଖବର, ଗଜପତିରେ ଦୋଳ ଉତ୍ସବ
ପୌରାଣିକ ରୀତି ଓ ହିନ୍ଦୁ ନୀତିର ପର୍ବ ‘ମଘାପୋଡି’ ଉତ୍ସବ

By

Published : Mar 9, 2020, 3:08 PM IST

ଗଜପତି: ଦୋଳ ଓ ହୋଲିକୁ ନେଇ ସାରା ଓଡିଶା ଚଳଚଞ୍ଚଳ ରହିଥିବା ବେଳେ ଐତିହ୍ୟ ଓ ସଂସ୍କୃତିର ସହର ପାରଳାଖେମୁଣ୍ଡିରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । 6 ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବର ପଞ୍ଚମ ଦିନରେ ‘ମଘାପୋଡି’ ଉତ୍ସବ ବେଶ ଧୁମଧାମରେ ପାଳନ କରାଯାଉଛି । ଯାହାକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି ।

ପୌରାଣିକ ରୀତି ଓ ହିନ୍ଦୁ ନୀତିର ପର୍ବ ‘ମଘାପୋଡି’ ଉତ୍ସବ

6 ଦିନ ଧରି ଚାଲୁଥିବା ଏହି ଉତ୍ସବରେ ଦୋଳ ଯାତ୍ରା ଉନ୍ନୟନ କମିଟି ପକ୍ଷରୁ ଲୋକଙ୍କ ମନରୋଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସେପଟେ ବାର ମାସରେ ତେର ପର୍ବ ପାଳୁଥିବା ଐତିହ୍ୟ ସମ୍ପର୍ଣ୍ଣ ଏହି ସହରରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳଯାତ୍ରାକୁ ବହୁ ଯାକଯମକରେ ପାଳନ କରାଯାଉଛି । ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ଦୋଳ ଉତ୍ସବରେ ଦୋଳ ଉତ୍ସବ କମିଟି ପକ୍ଷରୁ ପ୍ରତି ଦିନ ସନ୍ଧ୍ୟାରେ ରାମସ୍ବାମୀ ମନ୍ଦିରରୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରି ଦୋଳ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥାଏ ।

ପଞ୍ଚମ ଦିନରେ ପାରମ୍ପରିକ ରୀତି ଅନୁସାରେ ‘ମଘାପୋଡି’ ବା ‘ହୋଲିକା ଦହନ’ ଉତ୍ସବ ପାଳନ କରାଯାଇଥିଲା । ଦୋଳ ଉତ୍ସବ କମିଟି ପ୍ରତିବର୍ଷ ଭଳି ଚଳିତ ବର୍ଷ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛି । ମଘାପୋଡି ଉତ୍ସବ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗର ପୌରାଣିକ ରୀତି ଓ ହିନ୍ଦୁ ଧର୍ମର ବିଶ୍ବାସକୁ ନେଇ ‘ମଘାପୋଡି’ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳନ କରାଯାଇଥିଲା । ହିନ୍ଦୁ ଧର୍ମର ପ୍ରଥା ଅନୁସାରେ ଏହି ଦିନ ହର ହରିଙ୍କ ଅପୂର୍ବ ମିଳନ ହୋଇଥାଏ । ଯାହାର ଦର୍ଶନ ମାତ୍ରେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଏହାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜିଲ୍ଲା ତଥା ବାହାର ଜିଲ୍ଲା ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ଯାତ୍ରାରେ ବୁଲି ଯାତ୍ରାର ଖୁବ ମଜା ଉଠାଇବା ସହ ଘରକରଣା ଜିନିଷ ଓ ପିଲାମାନଙ୍କର ଖେଳନା ଏବଂ ଚଟପଟା ଖାଇବାର ବିଭିନ୍ନ ଷ୍ଟଲ ଏହି ଉତ୍ସବରେ ଲାଗିଛି । ଯାହାକୁ ବୁଲି ଦେଖି ଭରପୁର ମଜା ଉଠାଇଛନ୍ତି ଦର୍ଶକମାନେ ।

ମଘାପୋଡି ଉତ୍ସବ ପରେ ସୋମବାର ଦୋଳଯାତ୍ରା ଓ ମଙ୍ଗଳବାର ରଙ୍ଗର ପର୍ବ ହୋଲି ପାଳନ କରାଯିବ। ଲୋକଙ୍କ ମନୋରଞ୍ଜନର କୌଣସି ଉତ୍ସ ନଥିବା ଗଜପତି ଜିଲ୍ଲାରେ ଲୋକେ ଦୋଳ ଉତ୍ସବର ବୁଲି ବୁଲି ଭରପୁର ମଜା ଉଠାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details