ଓଡିଶା

odisha

ETV Bharat / state

ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ - ସ୍ବୟଂ ସହାୟିକା ଗୋଷ୍ଠୀ

ଗଜପତି ଜିଲ୍ଲାରେ 101 ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Aug 3, 2019, 6:28 PM IST

ଗଜପତି: ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ମହିଳା ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟକ୍ରମରୁ ଏହା କିଛି ମାତ୍ରାରେ ସଫଳ ହୋଇଥିବା ମନେ ହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁମ୍ମା ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 101ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ରାୟଗଡ ଜିଲ୍ଲା ଆର.ଏମ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଋଣ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ଲାଭବାନ ହେବେ ଏବଂ ପରବର୍ତ୍ତୀ ସମୟରେ ସଠିକ୍ ସମୟରେ ଋଣ ପରିଶୋଧ କଲେ ସେମାନଙ୍କୁ ଭବିଷ୍ୟତରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା ଗୋଷ୍ଠୀକୁ ଋଣ ପ୍ରଦାନ କରିବା ଜିଲ୍ଲାରେ ପ୍ରଥମ ଘଟଣା । ଅନୁଷ୍ଠିତ ସଭାରେ ଉଭୟ ବ୍ୟାଙ୍କ ଓ ଓଡ଼ିଶା ଜୀବିକା ମିଶନକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details