ଓଡିଶା

odisha

ETV Bharat / state

ମୃଦୁପାନୀୟ ପିଇ ମହିଳା ଗୁରୁତର

ମୃଦୁପାନୀୟ ପିଇ ମହିଳା ଗୁରୁତର । ମୃଦୁପାନୀୟରେ ଝିଟିପିଟି ପଡିଥିବା ଜଣାପଡିଛି ।

By

Published : May 11, 2019, 5:12 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ମୃଦୁ ପାନୀୟରୁ ଝିଟିପିଟି ବାହାରିଥିବା ବେଳେ ଏହାକୁ ପିଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାଙ୍କ ନାମ ସସ୍ମିତା ଭୂୟାଁ । ଗଜପତି ଜିଲ୍ଲା ପାର୍ତଡ଼ା ପଞ୍ଚାୟତ ଅଧିନ ଗର୍ବା ଗ୍ରାମରେ ଏଭଳି ଘଟଣା ଘଟିଛି ।

ସସ୍ମିତା ସଉଦା କିଣିବା ପାଇଁ ବଜାରକୁ ଯାଇଥିଲେ । ପ୍ରବଳ ଖରା କାରଣରୁ ସେ ଦୋକାନକୁ ଯାଇ ଏକ ମୃଦୁ ପାନୀୟ କିଣି ନେଇ ଆସିଥିଲେ । ଘରେ ପହଞ୍ଚି ଏହାକୁ ପିଇ ସାରିବା ପରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା ବୋଲି କହିଛନ୍ତି ସସ୍ମିତାଙ୍କ ସ୍ବାମୀ ରଜତ ଭୁ୍ୟାଁ । ପରେ ମୃଦୁପାନୀୟରେ ଝିଟିପିଟି ପଡିଥିବା ଜଣାପଡିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ସସ୍ମିତା ଚିକିତ୍ସାଧୀନ ଥିବା ବେଳେ ଯଦି ଅଧିକ ଚିକିତ୍ସା ଆବଶ୍ୟକ ପଡେ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details