ଗଜପତି:ଚୋରା ମଦ କାରବାର କରୁଥିବା ଜଣେ ମହିଳାଙ୍କ ଘରେ ରେଡ୍ବେଳେ ଅଭାବନୀୟ ଘଟଣା । ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ୍ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିରେ ଚୋରା ମଦ କାରବାର କରୁଥିଲେ ଭାନୁମତୀ ଶବର ନାମକ ମହିଳା । ଏନେଇ ଜଣାପଡ଼ିବା ପରେ ତାଙ୍କ ଘର ଆଗରେ ପୋଲିସ ଓ ଅବକାରୀ ଟିମ୍ ପହଞ୍ଚିଥିଲା । ଘର ଆଗରେ ପୋଲିସ ଓ ଅବକାରୀ ଟିମକୁ ଦେଖି ଲେଡି ଡନ୍ ଜଣକ ରାଗି ଯାଇଥିଲେ । ଆଉ ଯାହାପାରିଲେ ମୁହଁରେ କହିଚାଲିଲେ ଭାନୁମତୀ । ଏପରିକି ହାତରେ ପନିକି ଧରି ପୋଲିସ ଓ ଅବକାରୀ ଟିମ୍ ସହ ଯୁକ୍ତିତର୍କ କରିବାକୁ ପଛାଇନଥିଲେ ।
ସିଧା ଭାବେ କହିଲେ ଲେଡି ଡନ୍, ''ମୁଁ କବାଟ ଖୋଲିବି ନାହିଁ । ମୋ ଘରେ ମଦ ନାହିଁ । ଯଦି କାହାର ସାହାସ ଅଛି ମୋ ଘର ଭିତରକୁ ପଶି ଦେଖାଅ ।'' ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ଠିଆହୋଇ ଗେଟ୍ ଖୋଲିବାକୁ କହୁଥିବାବେଳେ, ଗେଟ୍ ଭିତରେ ରହି ହାତରେ ପନିକି ଧରି ଯୋର୍ ଦେଖାଉଥିଲେ ଏହି ମହିଳା ଜଣକ ।