ଗଜପତି: ବାପମାଆର ସ୍ନେହ ପାଇବ ଅସହାୟ ଶିଶୁ । ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଲେ କର୍ଣ୍ଣାଟକ ଦମ୍ପତି । ୬ ମାସ ତଳେ ରାୟଗଡ ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଗୋଟିଏ ୪ ବର୍ଷର ଶିଶୁପୁତ୍ରକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କର୍ଣ୍ଣାଟକର ଜଣେ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଭାବେ ହସ୍ତାନ୍ତର କରିଛନ୍ତି । ଉକ୍ତ ଦମ୍ପତି ଗଜପତି ଜିଲ୍ଲାରେ ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ପିଲାଟିକୁ ପୋଷ୍ୟ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ୬ ମାସ ତଳେ ଗୋଟିଏ ଶିଶୁପୁତ୍ରକୁ ରାୟଗଡ଼ ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର କରିଥିଲେ । ଉକ୍ତ ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ(Nissan Shalom)ରେ ରଖାଯାଇଥିଲା । ଶିଶୁଟିର କେହି ନଥିବା ଜାଣିବା ପରେ ଗଜପତି ଶିଶୁ ମଙ୍ଗଳ ସମିତି ପକ୍ଷରୁ ପୋଷ୍ୟ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ ବୋଲି ଜଣାଇ ଦିଆଯାଇଥିଲା।
ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ