ଓଡିଶା

odisha

ETV Bharat / state

କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ

ପଦାରେ ପଡିଲା ଜନପ୍ରତିନିଧି ଭାସ୍କର ବିଶ୍ବାଳଙ୍କ ଗୁମର । କିଭଳି ଅନୈତିକ ପ୍ରେମ ସମ୍ବନ୍ଧରୁ ନିଜ ପ୍ରତିନ୍ଦ୍ବନ୍ଦୀଙ୍କୁ ହଟାଇବାକୁ ରଚିଥିଲେ ହତ୍ୟା ଷଡଯନ୍ତ୍ର । ହେଲେ ମାସେ ପରେ ଏବେ ସାମନାକୁ ଆସିଛି ସାଂଘାତିକ ସତ୍ୟ । ଅଧିକ ପଢନ୍ତୁ...

By

Published : Feb 10, 2020, 11:58 PM IST

kalidas pradhan murder mystry sloved by gajpati police
କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଗଜପତି ପୋଲିସ

ଗଜପତି: ମାସେ ପରେ ପଦାରେ ପଡିଲା କତଲକଇଠା ପଞ୍ଚାୟତ ସମିତି ସଭ୍ୟ ଭାସ୍କର ବିଶ୍ବାଳଙ୍କ ହତ୍ୟା ଷଡଯନ୍ତ୍ରର ଗୁମର । କାଳିଦାସଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯିବା ପଛରେ ଥିବା ରହସ୍ୟର ପର୍ଦ୍ଦାଫାଶ କରିଛି ଗଜପତି ପୋଲିସ ।

ଏ ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାସ୍କର ବିଶ୍ବାଳ ସହ ତାର 2 ସହଯୋଗୀ ଛବିଳ ସ୍ବାଇଁ ଏବଂ ପ୍ରଭାକର ପ୍ରଧାନ ଓରଫ ନାଗାବଳୀକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ । ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ଗତ ଜାନୁୟାରୀ 8 ତାରିଖ ରାତିରେ କାଳିଦାସ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସମୟରେ କିନ୍ତୁ କାଳିଦାସଙ୍କ ପରିଚୟ ମିଳିପାରିନଥିଲା ।

ପରେ ପୋଲିସ ବହୁ କସରତ କରି ତାଙ୍କ ପରିଚୟ ହାସଲ କରିଥିଲା । କୌଣସି ଅଜଣା ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରି ଏକ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଏହାର ଦୁଇଦିନ ପରେ କାଳିଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରାଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ଏପରିକି ଏଥିରେ ସ୍ଥାନୀୟ ସମିତି ସଭ୍ୟ ଭାସ୍କର ବିଶ୍ବାଳଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଇ ଥାନାରେ ଏତଲା ଦାଏର କରିଥିଲେ । ଏନେଇ ଗାଁ ଲୋକେ ଭାସ୍କରଙ୍କୁ ଧରି ଏକ ବୈଠକ କରିଥିଲେ । ଯେଉଁଥିରେ ସେ ଏହି ଘଟଣା ପାଇଁ ଭାସ୍କର ନିଜକୁ ଦାୟୀ ମଧ୍ୟ କରିଥିଲା । ଏ ସଂକ୍ରାନ୍ତୀୟ ଏକ ଭିଡିଓ ପୋଲିସ ନିକଟରେ ଦାଖଲ କରିଥିଲେ ମଧ୍ୟ ବିଶ୍ଵାସ କରିନଥିଲା ପୋଲିସ ।

କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଗଜପତି ପୋଲିସ

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସେମାନଙ୍କୁ କହିଥିଲା । ଏହାର କିଛି ଦିନପରେ ସେମାନେ ପୁଣିଥରେ ପୋଲିସକୁ ଭେଟିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଉଲ୍ଲେଖ ରହିଥିବା ଜଣାଇଥିଲେ ।

ଏହା ପରେ ପୋଲିସ ମାମଲାକୁ ଆଗକୁ ବଢାଇ ପାରିନଥିଲା । ହେଲେ ମୃତକ କାଳିଦାସଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନହୋଇ ଏହାର ନିରପେକ୍ଷ ତଦନ୍ତ ପାଇଁ ଏସପିଙ୍କ ଠାରୁ ଆରମ୍ଭ ଡିଆଇଜିଙ୍କ ଯାଏଁ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏହାପରେ ଉକ୍ତ ଭିଡିଓକୁ ଭିତ୍ତି କରି ପୋଲିସ ପୁଣି ଥରେ ମାମଲାର ତଦନ୍ତ ଆରମ୍ଭ କରି ସୋମବାର ପର୍ଦ୍ଦାଫାଶ କରିଛି ।

ଘଟଣାର ମାଷ୍ଟର ମାଇଣ୍ଡ ଭାସ୍କରକୁ ପଲାସା ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଛବିଳ ଏବଂ ପ୍ରଭାକରକୁ ଯାଜପୁରରୁ ହିଁ ଗିରଫ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି । ଏଥିରେ ବ୍ୟବହୃତ ଟ୍ରାକ୍ଟର ଇଞ୍ଜିନ, ଟ୍ରଲି ଏବଂ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଏଥିରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ସେପଟେ ଅଭିଯୁକ୍ତ ଭାସ୍କରଙ୍କ ଘରେ ତାଲା ଲାଗିଥିବାରୁ ଏନେଇ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details