ଓଡିଶା

odisha

ETV Bharat / state

ଗଜପତି ଜିଲ୍ଲାରେ ସୀମା ବିବାଦକୁ ନେଇ ଯୁଗ୍ମ ବୈଠକ - joint meeting on border dispute

ଗଜପତିରେ ସୀମାନ୍ତକୁ ନେଇ ଲାଗି ରହିଛି ବିବାଦ । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସୀମା ବିବାଦକୁ ନେଇ ଯୁଗ୍ମ ବୈଠକ
ସୀମା ବିବାଦକୁ ନେଇ ଯୁଗ୍ମ ବୈଠକ

By

Published : Jan 20, 2021, 12:43 PM IST

Updated : Jan 20, 2021, 12:50 PM IST

ଗଜପତି:ଜିଲ୍ଲାରେ ଲାଗି ରହିଛି ସୀମା ବିବାଦ । ଏହି ବିବାଦର ସମାଧାନ ପାଇଁ ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି । ଜଲଦି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ସୀମା ବିବାଦକୁ ନେଇ ଯୁଗ୍ମ ବୈଠକ

ସୂଚନାନୁସାରେ ସୀମାନ୍ତ ଗଜପତି ଜିଲ୍ଲା ପଡୋଶୀ ଆନ୍ଧ୍ର ପ୍ରଦେଶର ସୀମା ବିବାଦକୁ ନେଇ ଅନେକ ଦିନରୁ ବିବାଦ ଲାଗି ରହିଥିଲା । ପାରଳାଖେମୁଣ୍ଡି ସହର ନିକଟରେ ଆନ୍ଧ୍ର ଲୋକେ ପ୍ରାୟ ୧୨ ଏକର ଓଡିଶା ଜମିକୁ ନିଜ କହି ଜବରଦଖଲ କରି ରଖିବା ଅଭିଯୋଗ ପରେ ଉଭୟ ପକ୍ଷରୁ ରାଜସ୍ୱ କ୍ଷେତ୍ର ଅଧିକାରୀ ଯାଇ ମାପଚୁପ କରିଥଲେ କିନ୍ତୁ ବର୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ ।

ଏହାର ସମାଧାନ ପାଇଁ ବୁଧବାର ଗଜପତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଗଜପତି ରାଜସ୍ୱ ଅଧିକାରୀ ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ଜିଲ୍ଲା ରାଜସ୍ୱ ଅଧିକାରୀ ଯୋଗ ଦେଇ ନିଜ ନିଜ ପକ୍ଷ ରଖିଛନ୍ତି । ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜତ ଏହି ବୈଠକରେ ଉଭୟ ରାଜ୍ୟର ମାନଚିତ୍ର ଓ ପଟ୍ଟା ଇତ୍ୟାଦି ବିଷୟରେ ଆଲୋଚନା ହୋଇଛି । ପରବର୍ତ୍ତୀ ସମୟରେ ପୁଣି ଆଲୋଚନା ପରେ ନିଷ୍କର୍ଷ ବାହାରିବ ବୋଲି କହିଛନ୍ତି ଗଜପତି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 20, 2021, 12:50 PM IST

ABOUT THE AUTHOR

...view details