ଗଜପତି:ଫାଲଗୁନ ମାସ ଆସିଲେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳରେ କିଛି ଲୋକ ଦେହରେ ହଳଦୀ ବୋଳି ଛାଟରେ ବାଡେଇ ହୋଇ ବାଜା ବଜାଇ ବୁଲୁଥିବାର ଦେଖିବାକୁ ମିଳିଥାଏ । ଏମାନଙ୍କୁ ଝାମି ଯାତ୍ରାର ପ୍ରତିନିଧୀ ଭାବେ ଗଣାଯାଏ । ଏମାନେ ଘର ଘର ବୁଲି ଦିନ ତମାମ ଯାହା ଭିକ୍ଷା କରିଥାନ୍ତି ସନ୍ଧ୍ୟାରେ ଘରକୁ ଫେରି ସେସବୁକୁ ଗ୍ରାମ୍ୟ ଦେବୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି । କିଛି ନିଜର ବଂଶଗତ ପରମ୍ପରା ଅନୁସାରେ ଏହା କରୁଥିବା ବେଳେ ଆଉ କିଛି ମାନସିକଧାରୀ ଏଭଳି ପ୍ରାୟ ୨୧ ଦିନ କରିଥାନ୍ତି । ଏହା କରିବା ଦ୍ଵାରା ନିଜର କିମ୍ବା ପରିବାରର ସମସ୍ତେ ଆରୋଗ୍ୟ ରହିଥାନ୍ତି ବୋଲି ବିଶ୍ବାସ ରହିଛି । ମିଳିମିଳା ଏବଂ କଲେରା ଏକ ସଂକ୍ରାମକ ରୋଗ ବୋଲି ବିଜ୍ଞାନ ସ୍ପଷ୍ଟ କରିଛି । କିନ୍ତୁ ଆଜି ବି କିଛି ଲୋକ ଏହା ଦେବୀଙ୍କ ରୋଷରୁ ହିଁ ହୋଇଥାଏ ବୋଲି ବିଶ୍ବାସ କରନ୍ତି ।
ବିଶେଷ କରି ମିଳିମିଳା ଏବଂ କଲେରା ରୋଗରୁ ମୁକ୍ତି ପାଇଁ ଏଭଳି କରାଯାଉଥିବା ଲୋକେ କହିଛନ୍ତି । ଏଭଳି ଜଣେ ବେଶଧାରୀ ହେଉଛନ୍ତି ଟି.ୟାସ । ତାଙ୍କ କହିବା କଥା ହେଉଛି ଏହା ତାଙ୍କର ପାରିବାରିକ ପରମ୍ପରା । ତାଙ୍କ ପୂର୍ବରୁ ତାଙ୍କ ବାପା ଏବଂ ଜେଜେବାପା ବି ଏହା କରିଥିଲେ । ଏହି ସମୟରେ ଅଧିକ ମିଳିମିଳା ଏବଂ ବସନ୍ତ ଭଳି ରୋଗ ବ୍ୟାପିଥାଏ । ମା' ଅସନ୍ତୁଷ୍ଟ ହେଲେ ଏଭଳି ହୋଇଥାଏ । ତେଣୁ ମା'ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପୂଜା କରାଯାଇଥାଏ । ଏଭଳି କଲେ ମିଳିମିଳା ଓ କଲେରା ରୋଗରୁ ମୁକ୍ତି ମଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ରାସ୍ତା ଆପଣେଇଥାନ୍ତି । ସେଥି ମଧ୍ୟରୁ ଝାମି ଯାତ୍ରା ଅନ୍ୟତମ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଏହା ବହୁଳ ଭାବେ ଦେଖାଦେଇଥାଏ ।
ଏହା ବି ପଢନ୍ତୁ- ସଇତାନ ସାଜିଲା ପ୍ରେମିକ, ବିବାହ ଖବର ଶୁଣି ପ୍ରେମିକାର ଅଶ୍ଲିଳ ଭିଡିଓ କଲା ଭାଇରାଲ