ଓଡିଶା

odisha

ETV Bharat / state

ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗିରଫ

ଗଜପତି ପୋଲିସ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଓରଫ ଖ୍ରୀଷ୍ଟଦାସ ନାୟକ । ଏନେଇ ଏକ ପ୍ରେସବିବୃତ୍ତିରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ...

By

Published : Mar 16, 2021, 12:26 PM IST

ଗଜପତି ପୋଲିସକୁ ବଡ଼ ସଫଳତା, ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗିରଫ
ଗଜପତି ପୋଲିସକୁ ବଡ଼ ସଫଳତା, ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗିରଫ

ଗଜପତି: ପୋଲିସ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଓରଫ ଖ୍ରୀଷ୍ଟଦାସ ନାୟକ (୩୯) । ଏନେଇ ଏକ ପ୍ରେସବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ । ସୂଚନା ମୁତାବକ ରାଧାକାନ୍ତ ଗଜପତି ଜିଲ୍ଲା ସମେତ ରାୟଗଡା ଜିଲ୍ଲା, ଦେଶର ରାଜଧାନୀ ଦିଲ୍ଲୀ ଆଦି ସହରରେ ୧୨ରୁ ଉର୍ଦ୍ଧ ଗଞ୍ଜେଇ କାରବାର ତଥା ଏନ୍‌ଡିପିଏସ୍ ମାମଲା ରହିଛି । ଏହାସହ ରାଧାକାନ୍ତଙ୍କ ସହଯୋଗୀ ଯୋଶେଫ ପାଣି ଅରଫ ଟୁଲୁ(୨୩)ଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଉଭୟ ମାଫିଆଙ୍କ ଘର ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମ ବୋଲି ଜଣାପଡିଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଉଭୟଙ୍କୁ ଗତକାଲି(ସୋମବାର) ଦିନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସହର ସ୍ଥିତ ବିମାନବନ୍ଦରରୁ ଧରାଯାଇଛି । ଏମାନଙ୍କ ଉପରେ ପୂର୍ବରୁ ତୀକ୍ଷ୍ଣ ନଜର ବା ପୋଲିସର ଗୁଇନ୍ଦା ରାଡାରରେ ରହିଥିଲେ । ରାଧାକାନ୍ତଙ୍କ ନାମରେ ଗଜପତି ଜିଲ୍ଲା ଅଡବା ଥାନାରେ ୮ ଟି, ରାୟଗଡ ଜିଲ୍ଲା ବିଷମକଟକ ଥାନାରେ ଗୋଟିଏ, ଗୁଣୁପୁର ଥାନାରେ ଗୋଟିଏ, ପଦ୍ମପୁର ଥାନାରେ ଗୋଟିଏ ଓ ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଲେଖାଁଏ ଏନ୍‌ଡିପିଏସ୍ ମାମଲା ରୁଜୁ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି ।

ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଥିବା ବେଳେ ରାଧାକାନ୍ତ ଓ ଯୋଶେଫଙ୍କୁ ଗଜପତି ପୋଲିସ ଧରିବାରେ ସକ୍ଷମ ହୋଇପାରିଛି । ମାଫିଆମାନେ ଗରୀବ ନିରିହ ଆଦିବାସୀ ତଥା ବନବାସୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏପରି କାର୍ଯ୍ୟ ଚଳାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details