ଓଡିଶା

odisha

ETV Bharat / state

ବିଶ୍ବ ପର୍ବତ ଦିବସ ପାଳନ କରି ଚର୍ଚ୍ଚାରେ ଏସପି ସାରା ଶର୍ମା

ଆଜି ବିଶ୍ବ ପର୍ବତ ଦିବସ। ଏହି ଦିବସକୁ ଗଜପତିରେ ପ୍ରଥମ ଥର ପାଇଁ ପାଳନ କରାଯାଇଛି । ନିଜକୁ ଫିଟ ରଖିବା ପାଇଁ ପାହାଡ ଚଢିବା ନିହାତି ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଗଜପତି ଏସପି ସାରା ଶର୍ମା। ଅଧିକ ଖବର ପଢନ୍ତୁ...

By

Published : Dec 11, 2019, 11:31 PM IST

mountain day
ବିଶ୍ବ ପର୍ବତ ଦିବସ ପାଳନ କରି ଚର୍ଚ୍ଚାରେ ଏସପି ସାରା ଶର୍ମା

ଗଜପତି: ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା । ପୂର୍ବରୁ ଏରୋବିକ ମ୍ୟୁଜିକରେ ନାଚି ଲୋକଙ୍କୁ ଫିଟନେସର ଫଣ୍ଡା ବତାଇଥିବା ଏହି ଲେଡି ଆଇପିଏସ ଏବେ ଲୋକଙ୍କୁ ପର୍ବତାରୋହଣ କରାଇଛନ୍ତି। ଫିଟନେସ ପାଇଁ ପର୍ବତାରୋହରଣ କିଭଳି ସହାୟକ ହୋଇଥାଏ ତାହା ସେ, ବିଶ୍ବ ପର୍ବତାରୋହଣ ଦିବସରେ ଶିଖାଇଛନ୍ତି । ସ୍ବାସ୍ଥ୍ୟ ହିଁ ସମ୍ପଦ ଓ ସ୍ଵାସ୍ଥ୍ୟବାନ ହେବାକୁ ହେଲେ ଫିଟନେସ ରହିବା ଜରୁରୀ। ଲୋକଙ୍କୁ ଏହି ମନ୍ତ୍ର ଦେବା ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସାରା ଶର୍ମା।

ଏସପି ଜିଲ୍ଲାରେ ଯୋଗଦେବା ପରଠାରୁ ପୁଲିସର ଭୟ ଏକ ପ୍ରକାର ବଦଳି ଯାଇଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ପୁଲିସ ଲୋକଙ୍କ ବନ୍ଧୁ ଏହାକୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଶର୍ମା ପ୍ରମାଣିତ କରିସାରିଛନ୍ତି । ବୁଧବାର ସକାଳ ସକାଳୁ ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ଏକାଠି ହୋଇଥିଲେ ପୁଲିସ ଓ ବନ ବିଭାଗର ଅଧିକାରୀ ଏବଂ ସାଧାରଣ ଜନତା । ଏଠାରୁ ସମସ୍ତେ ସ୍ଵତନ୍ତ୍ର ଗାଡି ଯୋଗେ ଯାଇଥିଲେ ଦୁରଖିତ । ସେଠାରୁ ପ୍ରାୟ ୭ କିମି ପାହାଡ ଚଢି ପହଁଞ୍ଚିଥିଲେ ମହେନ୍ଦ୍ରଗିରିରେ । ସେଠାରେ କିଛି ସମୟ ବିତାଇବା ସହ ଭୋଜି ଭାତର ମଜା ବି ଉଠାଇଥିଲେ ।

ବିଶ୍ବ ପର୍ବତ ଦିବସ ପାଳନ କରି ଚର୍ଚ୍ଚାରେ ଏସପି ସାରା ଶର୍ମା

ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ବିଶ୍ବ ପର୍ବତ ଆରୋହଣ ଦିବସ ପାଳିତ ହୋଇଛି। ଏସପି ସାରା ଶର୍ମାଙ୍କ ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ପୂର୍ବରୁ ମହିଳା ଏବଂ ଶିଶୁଙ୍କ ସୁରକ୍ଷାଙ୍କ ପାଇଁ ସି ଟିମ ଓ ବାତ୍ୟା ପ୍ରପୀଡିତଙ୍କ ପାଇଁ ନିଜେ ରାସ୍ତାରେ ଥାଳି ଧରି ପାଣ୍ଠି ଯୋଗାଡ କରିବା ଭଳି କାମ କରି ସେ ଚର୍ଚ୍ଚାରେ ରହି ଆସିଛନ୍ତି।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ABOUT THE AUTHOR

...view details