ଓଡିଶା

odisha

ETV Bharat / state

ନିଶାକୁ ନା, ରାଜ୍ୟରେ କମ୍ପିଲା ସଚେତନତାର ନାରା - keonjhar

ନିଶା ନିବାରଣ ଓ ମାଦକ ଦ୍ରବ୍ୟ ସେବନ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ସହ ବିଭିନ୍ନ ଅବକାରୀ ବିଭାଗଙ୍କ ଦ୍ବାରା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Jun 26, 2019, 12:58 PM IST

ଗଜପତି: ଆଜି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ନିରୋଧ ଦିବସ । ପ୍ରତି ବର୍ଷ ଜୁନ 26ରେ ଏହି ଦିନକୁ ବିଶ୍ବବ୍ୟାପୀ ପାଳନ କରାଯାଉଛି । ପିଲାଠୁ ବୁଢା ଯାଏଁ ସମସ୍ତେ ନିଶା ସେବନ କରୁଥିବାବେଳେ ଏଥିରେ ନିୟନ୍ତ୍ରଣ କରିବାର ଆବଶ୍ୟକତା ହୋଇପଡ଼ିଛି । ତେଣୁ ମାଦକ ଦ୍ରବ୍ୟ ସେବନ ନିୟନ୍ତ୍ରଣ ନେଇ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଆୟୋଜନ କରି ଲୋକଙ୍କୁ ସଚେତନତା କରାଯାଉଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏନେଇ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ ହୋଇଯାଇଛି । ମହାରାଜା ଉଚ୍ଚ ମହାବିଦ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରିଥିବାବେଳେ ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମଧ୍ୟ ସଚେତନତାର ବାର୍ତ୍ତା ବଣ୍ଟା ଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ 'ସୁସ୍ଥ ଜୀବନକୁ ହଁ ନିଶା ଔଷଧ ନା' ଏକ ନାରା ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ବ୍ରହ୍ମପୁରରେ ଆନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯାଇଥିବାବେଳେ ଡ୍ରଗ୍ସର ଅପବ୍ୟବହାର ଓ କାରବାର ଅପକାରିତା ନେଇ କେନ୍ଦୁଝରରେ ସଚେତନତା ଶୋଭାଯାତ୍ରା ବାହାରିଥିଲା । ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କ ସହ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଓ ଅବକାରୀ ବିଭାଗର ବହୁ ଅଧିକାରୀ ଏଥିରେ ଭାଗ ନେଇଥିଲେ । ସେହିପରି କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ବିଭାଗଙ୍କ ଦ୍ବାରା ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ସଚେତନ କରାଯାଇଛି ।

ବୌଦ୍ଧ ଜିଲ୍ଲାସ୍ତରରେ ନିଶାର ଦୁରୁପଯୋଗ ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ଦିବସ ପାଳନ ହୋଇଛି । ବୌଦ୍ଧର ନୂତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅତିଥି ଭାବରେ ଯୋଗ ଦେଇ ନିଶାର ଅପକାରିତା ସମ୍ପର୍କରେ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details