ଓଡିଶା

odisha

ETV Bharat / state

ଗଜପତି ପୋଲିସଙ୍କ ଅଭିନବ ପ୍ରୟାସ, ପଥପ୍ରାନ୍ତ ନାଟକ ମାଧ୍ଯମରେ ସାଇବର କ୍ରାଇମର ସଚେତନତା

ପଥପ୍ରାନ୍ତ ନାଟକରେ ସାଇବର କ୍ରାଇମର ଦିଗ ଏବଂ ଏହାକୁ କିଭଳି ରୋକାଯାଇପାରିବ ଆଦି ପ୍ରତ୍ୟେକଟି କଥାକୁ ଅଭିନୟ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ ଗଜପତି ପୋଲିସ କର୍ମଚାରୀମାନେ । ଗଜପତି ଏସପି ଜିଲ୍ଲାରେ ଯୋଗଦେବା ପରଠାରୁ ସବୁ ବେଳେ ଲୋକଙ୍କ ପାଇଁ କାମ କରିବା ସହ କିଛି ଭିନ୍ନ ଚିନ୍ତା କରୁଥିବାରୁ ତାଙ୍କୁ ସ୍ବାଗତ ଜଣାଇଛନ୍ତି ବୁଦ୍ଧିଜୀବି । ଅଧିକ ପଢ଼ନ୍ତୁ...

By

Published : May 27, 2020, 10:24 PM IST

ଗଜପତି ପୋଲିସଙ୍କ ଅଭିନବ ପ୍ରୟାସ, ପଥପ୍ରାନ୍ତ ନାଟକ ମାଧ୍ଯମରେ ସାଇବର କ୍ରାଇମର ସଚେତନତାଗଜପତି ପୋଲିସଙ୍କ ଅଭିନବ ପ୍ରୟାସ, ପଥପ୍ରାନ୍ତ ନାଟକ ମାଧ୍ଯମରେ ସାଇବର କ୍ରାଇମର ସଚେତନତା
ଗଜପତି ପୋଲିସଙ୍କ ଅଭିନବ ପ୍ରୟାସ, ପଥପ୍ରାନ୍ତ ନାଟକ ମାଧ୍ଯମରେ ସାଇବର କ୍ରାଇମର ସଚେତନତା

ଗଜପତି: ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତା ସହ ତାଳେ ଦେଇ ଠକାମି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତଥାପି ଲୋକେ ସଚେତନ ହେଉନାହାନ୍ତି । ଫଳରେ ଏହାର ଫାଇଦା ସାଇବର ଠକମାନେ ଉଠାଉଛନ୍ତି । ତେଣୁ ଏହାକୁ ରୋକିବା ହେଲେ ଲୋକେ ସଚେତନ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ବୁଧବାର ପାରଳାଖେମୁଣ୍ଡି ସହରର ଲୋକଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରୟାସ କରିଛି ଗଜପତି ପୋଲିସ । ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର କ୍ରାଇମର ଦିଗ ଏବଂ ଏହାକୁ କିଭଳି ରୋକାଯାଇପାରିବ ଆଦି ପ୍ରତ୍ୟେକଟି କଥାକୁ ଅଭିନୟ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ ପୋଲିସ କର୍ମଚାରୀମାନେ ।

ଗଜପତି ପୋଲିସଙ୍କ ଅଭିନବ ପ୍ରୟାସ, ପଥପ୍ରାନ୍ତ ନାଟକ ମାଧ୍ଯମରେ ସାଇବର କ୍ରାଇମର ସଚେତନତା

ପୋଲିସର ଏହି ପ୍ରୟାସ ଲୋକଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ଏସପି ସାରା ଶର୍ମା ଆଶା ପ୍ରକାଶ କରିଛନ୍ତି । ଲୋକେ ମଧ୍ୟ ଏସପିଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଗୀତ କିମ୍ବା ଅଭିନୟ ଦ୍ବାରା ଉଭୟ ଶିକ୍ଷିତ ଏବଂ ଅଶିକ୍ଷିତ ଆଦି ସବୁବର୍ଗର ଲୋକେ ସଚେତନ ହୋଇପାରିବେ । ତେଣୁ ବିଭିନ୍ନ ସମୟରେ ଏହାକୁ ଗୁରୁତ୍ବ ଦେଉଥିବା ଗଜପତି ଏସପି ସାରା ଶର୍ମା ଏଥର ମଧ୍ୟ ଅଭିନୟ ମାଧ୍ୟମରେ ଲୋକଙ୍କ ସାଇବର କ୍ରାଇମ୍ ସଂପର୍କରେ ସଚେତନ କରିବା ପାଇଁ ପ୍ରୟାସ କରିଛନ୍ତି । ସାଇବର ଠକଙ୍କ ଚାଲାକିରେ ସାଧାରଣ ଲୋକେ ଫସି ଅନେକ ସମୟରେ ଠକାମିର ଶିକାର ହେଉଛନ୍ତି । ଫଳରେ ଦିନକୁ ଦିନ ଏ ସଂକ୍ରାନ୍ତୀୟ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଠକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରି କେତେକାଂଶରେ ସଫଳ ହେଉଥିଲେ ମଧ୍ୟ ଲୋକଙ୍କ ଟଙ୍କା ଫେରିବା କଷ୍ଟକର ହୋଇପଡୁଛି । ଏହାକୁ ରୋକିବା ପାଇଁ ହେଲେ ପ୍ରଥମେ ଲୋକେ ସଚେତନ ହେବା ଆବଶ୍ୟକ । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ପୋଲିସ ଏଭଳି ପ୍ରୟାସ କରିଛି ବୋଲି କହିଛନ୍ତି ଗଜପତି ଏସପି ସାରା ଶର୍ମା ।

ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ଠକମାନେ କିଭଳି ସାଧାରଣ ଲୋକଙ୍କୁ ପ୍ରଲୋଭିତ କରନ୍ତି ଏବଂ ସେମାନଙ୍କ ଚାଲାକି ଫସି ଲୋକେ କିଭଳି ନିଜର ସମସ୍ତ ସଞ୍ଚିତ ଅର୍ଥକୁ ହରାଇଥାନ୍ତି ତାହାକୁ ନାଟକୀୟ ଢଙ୍ଗରେ ପ୍ରଦର୍ଶିତ କରାଯିବା ସହ କଣ କଲେ ଏଥିରୁ ମୁକ୍ତି ମିଳିବ ଏହି ନାଟକରେ ଜଣାଇଥିଲେ । ଏହି ନାଟକରେ ପୋଲିସ କର୍ମଚାରୀମାନେ ଅଭିୟନ କରିଥିଲେ । ଏହି ନାଟକ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନର ପ୍ରଦର୍ଶିତ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ଏସପି ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ପାରଳାଖେମୁଣ୍ଡି ସହରର ପ୍ରମୁଖ ସ୍ଥାନ ରଜା ନହର ସମ୍ମୁଖରେ ଏହି ନାଟକ ପ୍ରଦର୍ଶନ ହୋଇଥିବା ବେଳେ ସହରର ବହୁ ଲୋକେ ଏହାକୁ ଦେଖିଥିଲେ । ଏହି ନାଟକରେ ଅନେକ କିଛି ଶିକ୍ଷଣୀୟ କଥା ରହିଛି ଯାହା ଆମକୁ ସାଇବର କ୍ରାଇମ୍ ସଂପର୍କରେ ସଚେତନ କରିବା ସହ ଶିକ୍ଷିତ କରାଇପାରିଛି ବୋଲି କହିଛନ୍ତି ସହରର ବୁଦ୍ଧିଜୀବି । ଗଜପତି ଏସପି ଜିଲ୍ଲାରେ ଯୋଗଦେବା ପରଠାରୁ ସବୁବେଳେ ଲୋକଙ୍କ ପାଇଁ କାମ କରିବା ସହ କିଛି ଭିନ୍ନ ଚିନ୍ତା କରୁଥିବାରୁ ତାଙ୍କୁ ସ୍ବାଗତ ଜଣାଇଛନ୍ତି ବୁଦ୍ଧିଜୀବି ।

ସବୁବେଳେ କିଛି ନୂଆ କରି ଦେଖାଇବା ଏବଂ ଲୋକଙ୍କୁ ସଚେତନ କରିବା ଦିଗରେ କାମ କରୁଥିବା ଗଜପତି ପୋଲିସ ଆଜି ମଧ୍ୟ ଏଭଳି କିଛି କରିଛି । ଯାହା ନିଶ୍ଚିତ ଭାବେ ଲୋକଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details