ଗଜପତି :ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପଥରରେ ଛାଚି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭଲିଆଗଣି ଗାଁରେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ,ଭଲିଆଗଣି ଗାଁର ସୁକାନ୍ତି ନାୟକଙ୍କୁ ଗତ 8 ବର୍ଷ ତଳେ ବିବାହ କରିଥିଲେ ମଳାସପଦରର ଭଗବାନ ନାୟକ । ବିବାହ ପରେ ଭଗବାନ ସ୍ତ୍ରୀଙ୍କ ସହିତ ନିଜ ଶ୍ବଶୁର ଘରେ ରହୁଥିଲେ । ହେଲେ ଗତକାଲି ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କlରଣକୁ ନେଇ ବଚସା ହୋଇଥଲା ।