ଓଡିଶା

odisha

ETV Bharat / state

'ହେରା ପଞ୍ଚମୀ' ପାଇଁ ଲୋକାରଣ୍ୟ ବଳଦେବଜୀଉ ମନ୍ଦିର - gajapati

ଗଜପତି ଜିଲ୍ଲା ଜିରାଙ୍ଗ ବଳଦେବଜୀୟୁଙ୍କ ମନ୍ଦିରରେ ହେରାପଞ୍ଚମୀ ଖୁବ ଧୁମଧାମରେ ପାଳିତ ହେଉଛି । ଶହ ଶହ ମାନସିକ ଧାରୀ ଆଜି ଠାକୁରଙ୍କ ନିକଟରେ ଅମୃତଭାଣ୍ଡ ଭୋଗ ଲଗାଇବା ସହ ମୁଣ୍ଡନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି

By

Published : Jul 8, 2019, 7:43 PM IST

ଗଜପତି: ଆଜି ପବିତ୍ର 'ହେରା ପଞ୍ଚମୀ' । ରଥଯାତ୍ରା ପରଠୁ ପଞ୍ଚମୀ ଦିନକୁ 'ହେରା ପଞ୍ଚମୀ' କୁହାଯାଏ । ରାଜ୍ୟର ସମସ୍ତ ସ୍ଥାନରେ ପବିତ୍ର ହେରାପଞ୍ଚମୀ ଖୁବ ଧୁମ ଧାମରେ ପାଳିତ ହେଉଛି । ତେବେ ଗଜପତି ଜିଲ୍ଲା ଜିରାଙ୍ଗ ଠାରେ ଥିବା ବଳଦେବ ଜୀଉ ମନ୍ଦିରରେ ଏହି ପର୍ବ ଟିକେ ନିଆରା ଢଙ୍ଗରେ ପାଳିତ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ଏଠାରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମାନସିକଧାରୀ ହେରାପଞ୍ଚମୀ ଦିନ ଅମୃତଭାଣ୍ଡ ଠାକୁରଙ୍କ ନିକଟରେ ଭୋଗ ଲଗାଇବା ସହ ମୁଣ୍ଡନ ହେବାର ପରମ୍ପରା ରହିଛି । ଏନେଇ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ମନ୍ଦିରକୁ ।

ଇତିହାସ କୁହେ କଳା ପାହାଡ ଆକ୍ରମଣ କରିବା ସମୟରେ ପୁରୀ ଗଜପତି ବଳଦେବ ଜୀଉଙ୍କୁ ଏଠାରେ ଲୁଚାଇ ରଖିଥିଲେ । ସେହି ସମୟରେ ଏଠାକାର ଆଦିମ ଆଦିବାସୀ ମାନେ ବଳଦେବ ଜୀଉଙ୍କୁ କଦଳୀ, ନଡିଆ ସହ ବିଭିନ୍ନ ପାଚିଲା ଫଳ ଖାଇବାକୁ ଦେବାସହ ଗୌଡମାନେ କ୍ଷୀର,ଦହୀ,ଛେନା ଆଦି ଖାଇବାକୁ ଦେଇଥାନ୍ତି । ଖାସ୍ ସେଇଥିପାଇଁ ବଳଦେବ ଜୀଉ ଏଠାରେ ରହିଯାଇଥିବା ବିଶ୍ବାସ ରହିଛି । କଥାରେ ଅଛି, ମାନିଲେ ଠାକୁର ନମାନିଲେ ପଥର । ସେଥିପାଇଁ ତ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ଅକ୍ଷାତ ପଲ୍ଲୀ ପାଲଟି ଯାଏ ଲୋକାରଣ୍ୟ । ଏଠାରେ ଯଦିଓ 3 ଠାକୁରଙ୍କ ମୂର୍ତ୍ତି ରହିଛି । ତଥାପି ବଳଦେବ ଜୀଉ ହିଁ ଏଠାକାର ପ୍ରତିଷ୍ଠିତ ଠାକୁର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details