ପାରଳାଖେମୁଣ୍ଡି :ପାରଳାଖେମୁଣ୍ଡି ଲୋକଙ୍କୁ ସେବା ଯୋଗାଇବା ପାଇଁ ପୌରପରିଷଦ ସବୁବେଳେ ତପ୍ତର ରହିଛି । ବର୍ତ୍ତମାନ ଏଥିରେ ଆଉ ପାଦେ ଆଗକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୌରପରିଷଦ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି । ଏଥିପାଇଁ ସ୍ଵତନ୍ତ୍ର ଭାବେ ଏକ ମୋବାଇଲ୍ ନମ୍ବର ( ୭୭୩୫୮୩୪୪୮୦ ) ଜାରି କରାଯାଇଛି ।
ଗୁରୁବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ମାସର ପ୍ରଥମ ମଙ୍ଗଳବାର ଦିନ ଜନଶୁଣାଣି ମଧ୍ୟ କରାଯିବ । ଏହି ଦିନ ସକାଳ ୧୦ଟାରୁ ୧୨ଟା ଯାଏଁ ଲୋଲଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କିଭଳି ଶୀଘ୍ର ହୋଇପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି ।