ଓଡିଶା

odisha

ETV Bharat / state

ନିଜ ଘରେ କଳାକନା ବୁଲାଇଲା ଚୋର, 30 ତୋଳା ସୁନା ସହ ଗିରଫ

ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ରେଖଣା ସାହିର ପ୍ରମୋଦ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା 30 ତୋଳା ସୁନାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ପ୍ରମୋଦ ପଣ୍ଡାଙ୍କ ପୁତୁରା ଚିନ୍ମୟ ମିଶ୍ର ।

By

Published : Aug 24, 2019, 11:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ଗତ 21 ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ରେଖଣା ସାହିର ପ୍ରମୋଦ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିଜ ଘରୁ ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପାରଳାଖେମୁଣ୍ଡା ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ ପ୍ରମୋଦ । ଆଜି (ଶନିବାର) ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଚିନ୍ମୟ ମିଶ୍ର । ଅଭିଯୁକ୍ପ୍ରତ ମୋଦଙ୍କ ପୁତୁରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନାନୁସାରେ, ପୋଲିସ ଘଟଣାର ତଦନ୍ତ ବେଳେ ପ୍ରମୋଦଙ୍କ ଘରୁ ପାଖିପାଖି 30 ତୋଳା ସୁନା ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଏଥିସହିତ ଚୋରି ଦିନ ପ୍ରମୋଦଙ୍କ ଘରୁ ଯିବା ଆସିବା କରିଥିବା ଲୋକଙ୍କ ସୂଚନା ବାହାର କରିବା ସହ ଅନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ କରିଥିଲା । ପରେ ପ୍ରମୋଦଙ୍କ ନିଜ ପୁତୁରା ହିଁ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଥିଲା ।

ଆଜି ସକାଳେ ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକରୁ ଚିନ୍ମୟକୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ଚିନ୍ମୟକୁ ପଚରାଉଚରା ସମୟରେ ସେ ନିଜ ଦୋଷ ସ୍ବୀକାର କରିଥିଲା । ଚୋରି ସମୟରେ ସେ ବ୍ୟବହାର କରିଥିବା କଟର ମେସିନ, ଗୋଟିଏ ସ୍କ୍ରୁ ଡ୍ରାଇଭର ଏବଂ ଲୁଟ କରିଥିବା 30 ତୋଳା ସୁନା ଜବତ କରିଛି ପୋଲିସ । ଘଟଣାର ବିସ୍ତୁତ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ସୂଚନା ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details