ଗଜପତି:ପାରଳାଖେମୁଣ୍ଡି ପୌରପରିଷଦର ଅଳିଆଗଦା ଘୁଞ୍ଚାଇବା ଦାବିରେ ୧ନମ୍ବର ୱାର୍ଡ ବାସିନ୍ଦାଙ୍କ ଆନ୍ଦୋଳନ । ଜନବସତିକୁ ଲାଗି ରହିଥିବା ଅଳିଆ ଗଦା ଏବଂ ସେଥିରୁ ନିର୍ଗତ ଧୂଆଁରେ ଅତିଷ୍ଠ ୧ନମ୍ବର ୱାର୍ଡବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ସହରରୁ ପ୍ରତିଦିନ ୨ଟନରୁ ଅଧିକ ଅଳିଆ ସଂଗ୍ରହ ହେଉଥିବା ବେଳେ ସେଗୁଡିକୁ ଆଣି ଜନବସତି ନିକଟରେ ପକାଇ ଦିଆଯାଉଛି । ଗତ ଅନେକ ଦିନ ହେଲା ସଂଗୃହିତ ଅଳିଆ ନିର୍ଦ୍ଧିଷ୍ଟ ସ୍ଥାନରେ ନପକାଇ ରାସ୍ତାରେ ପକାଇ ଦିଆଯାଉଛି । ଦୀର୍ଘ ଦିନ ହେଲା ନଷ୍ଟ କରାଯାଇନଥିବାରୁ ସେହି ସ୍ଥାନରେ ଅବସ୍ଥା ଏଭଳି ହୋଇଛି ଯେ, ଏକ ଛୋଟିଆ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଫଳରେ ସାଧାରଣ ଲେକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତି ଯୋଗୁଁ ଓମ୍ ଶାନ୍ତି କଲୋନୀ, ଗ୍ରୀଡ୍କୋ କାର୍ଯ୍ୟାଳୟ ସମେତ ଏହାର ଆଖପାଖ ଅଞ୍ଚଳରେ ଲୋକେ ପୁତି ଗନ୍ଧମୟ ପରିସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର କହିବା ପରେ ଅଳିଆ ଗଦା ସ୍ଥାନାନ୍ତର କରାଯଉନାହିଁ । ଓଲଟି ଏହାକୁ ନଷ୍ଟ କରିବା ପାଇଁ ପୋଡିବା ସମୟରେ ନିର୍ଗତ ଧୂଆଁ ଯୋଗୁଁ ଏହି ଅଞ୍ଚଳର ଲୋକେ ଅଣ ନିଶ୍ବାସୀ ହୋଇପଡ଼ୁଛନ୍ତି । ଫଳରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି