ଓଡିଶା

odisha

ETV Bharat / state

କଣ୍ଟେନର ସମେତ ୨୦ ବସ୍ତା ଗଞ୍ଜେଇ ଜବତ, ୨ ଗିରଫ

ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଏକ କଣ୍ଟେନର ସମେତ ୨୦ ବସ୍ତା ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଅପରାଧୀମାନେ ହେଲେ ଉତ୍ତରପ୍ରଦେଶର ମନୋଜ କୁମାର ତୋମାର ଓ ଅବିନାଶ କୁମାର ସିଂ । ଅଧିକ ପଢନ୍ତୁ...

ganja seize in gajapati, two arrested
କଣ୍ଟେନର ସମେତ ୨୦ ବସ୍ତା ଗଞ୍ଜେଇ ଜବତ, ୨ ଜଣ ଗିରଫ

By

Published : Sep 19, 2020, 7:56 PM IST

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଏକ କଣ୍ଟେନର ସମେତ ୨୦ ବସ୍ତା ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଅପରାଧୀମାନେ ହେଲେ ଉତ୍ତରପ୍ରଦେଶର ମନୋଜ କୁମାର ତୋମାର ଓ ଅବିନାଶ କୁମାର ସିଂ ।

ସୂଚନା ଅନୁସାରେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ତପନ କୁମାର ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆର.ଉଦୟଗିରି SDPOଙ୍କ ତତ୍ତ୍ବାବଧାନ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ବରେ ଏସଆଇ ସୁନିଲ କୁମାର ଦଳେଇ ଓ ଷ୍ଟାଫ୍ ଦ୍ବାରା କମଳାପୁର ଛକରେ ବ୍ଲକିଂ କରି ଯାନବାହାନ ଗୁଡିକର ତଲାସୀ ସମୟରେ ରାୟଗଡା ଜିଲ୍ଲା ପଟୁ ଗାଡି ନଂ-HR38Q-9839 କଣ୍ଟେନର୍ ପହଞ୍ଚିଥିଲା ।

ପୋଲିସ କଣ୍ଟେନରକୁ ଅଟକାଇବା ସହ ତଲାସୀ କଲାବେଳେ ଗାଡି ଭିତରେ ଥିବା ଚାମ୍ବରରୁ ୨୦ବସ୍ତା ଗଞ୍ଜେଇ ଜବତ କରିଥିଲା । ମାଜିଷ୍ଟ୍ରେଟ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କ୍ବିଣ୍ଟାଲ ୦୭ କିଲୋ ୪୮୦ ଗ୍ରାମ ହୋଇଥିଲା ଏବଂ ତାର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ।

ଗଞ୍ଜେଇ ମାଫିଆମାନେ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଅଞ୍ଚଳରୁ ହରିୟାଣା ଚୋରାଚାଲାଣ କରୁଥିଲେ । ଏନେଇ ମୋହନା ଥାନା କେସ ନଂ-୧୪୫/୨୦୨୦ NDPS Actର ଧାରା ୨୦(ଖ)(।।)(ଗ)/୨୫/୨୯ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ଏସଆଇ ସିନ୍ଧୁ ସାର୍କା ତଦନ୍ତ କରୁଥିବାର ଥାନାଧିକାରୀ ସୁଜିତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details