ଗଜପତି: ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘର ଧର୍ମଘଟ ଡାକରା । 8 ଦଫା ଦାବି ନେଇ ଗାଡି ଚଳାଚଳକୁ ବନ୍ଦ କରିଛି ସଂଘ । ପୂର୍ବରୁ ଜିଲ୍ଲା ପ୍ରଶାସନକୁ 8ଦଫା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଏହାର ପ୍ରତିବାଦ ଜଣାଇ ଧର୍ମଘଟ କରାଯାଇଛି ।
ଏହି ଆଠ ଦଫା ଦାବି ମଧ୍ୟରେ ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବା । ଏଥିସହ ବେଆଇନ ମଦ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଡିଜେଲ ବଦଳରେ କିରୋସିନ ବ୍ୟବହାର କରି ଗାଡି ଚଳାଉଥିବା ବସ ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କଣ୍ଡିସନ ନଥିବା ପୁରୁଣା ବସକୁ ଯାତ୍ରୀ ପରିବହନ ପାଇଁ ଅନୁମତି ନ ଦେବାକୁ କୁହାଯାଇଛି ।