ଓଡିଶା

odisha

ETV Bharat / state

ଆଖି ବୁଜିଲେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ଷ୍ଟେନୋ - ଆରକ୍ଷୀ ଅଧିକ୍ଷକଙ୍କ ଷ୍ଟେନୋ

ଆଖି ବୁଜିଲେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ଷ୍ଟେନୋ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

gajpati sps sento lost his life today
ଆଖି ବୁଜିଲେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ଷ୍ଟେନୋ

By

Published : May 5, 2021, 10:24 AM IST

Updated : May 5, 2021, 1:57 PM IST

ଗଜପତି: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଷ୍ଟେନୋ ଗୌରଚନ୍ଦ୍ର ପାଢୀ(୫୩)ଙ୍କ ବ୍ରହ୍ମପୁର ସ୍ଥିତ ଏମ୍‌କସିଜି ଚିକିତ୍ସାଳୟ ଠାରେ ମୃତ୍ୟୁ ହୋଇଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ୍ ପରୀକ୍ଷଣ କରାଯାଇଥିଲେ ମଧ୍ୟ ରିପାର୍ଟ ନେଗେଟିଭ୍ ଆସିଥିଲା।

ତେବେ ତାଙ୍କର ଅକ୍ସିଜେନ୍ ସ୍ତର କମ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମ୍‌କସିଜି ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଆରକ୍ଷୀ ଅଧ୍ୟକ୍ଷକ ତପନ କୁମାର ପଟ୍ଟନାୟକ, ଅତିରିକ୍ତ ଏସ୍‌ପି ବାମଦେବ ସିଂ, ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : May 5, 2021, 1:57 PM IST

ABOUT THE AUTHOR

...view details