ଓଡିଶା

odisha

ETV Bharat / state

ବରିଷ୍ଠ ନାଗରିକ ପାଇବେ ବିଶେଷ ସୁବିଧା, ହେଲ୍ସ ଲାଇନ ନମ୍ବର ଜାରି କଲା ଗଜପତି ପୋଲିସ - ବରିଷ୍ଠ ନାଗରିକ ପାଇବେ ବିଶେଷ ସୁବିଧା

ଗଜପତି ପୋଲିସର ଅଭିନବ ପ୍ରୟାସ । ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ବତନ୍ତ୍ର କାର୍ଡ ସହ ହେଲ୍ସ ଲାଇନ ନମ୍ବର ଜାରି କରିଛି ।

ବରିଷ୍ଠ ନାଗରିକ ପାଇବେ ବିଶେଷ ସୁବିଧା: ହେଲ୍ସ ଲାଇନ ନମ୍ବର ଜାରି କଲା ଗଜପତି ପୋଲିସ
ବରିଷ୍ଠ ନାଗରିକ ପାଇବେ ବିଶେଷ ସୁବିଧା: ହେଲ୍ସ ଲାଇନ ନମ୍ବର ଜାରି କଲା ଗଜପତି ପୋଲିସ

By

Published : Apr 17, 2022, 1:38 PM IST

ଗଜପତି:ଗଜପତି ପୋଲିସର ଅଭିନବ ପ୍ରୟାସ । ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ବତନ୍ତ୍ର କାର୍ଡ ସହ ହେଲ୍ସ ଲାଇନ ନମ୍ବର ଜାରି କରିଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଜୟରାମ ଶତପଥୀ,କମାଣ୍ଡାଣ୍ଡ ସତ୍ୟନାରାୟଣ ଜମାଦାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପୌରାଧ୍ୟକ୍ଷା ନିର୍ମଳା ସେଠୀ ଓ ବରିଷ୍ଠ ନାଗରିକ ରାମଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇଥିଲେ ।

ବରିଷ୍ଠ ନାଗରିକ ପାଇବେ ବିଶେଷ ସୁବିଧା: ହେଲ୍ସ ଲାଇନ ନମ୍ବର ଜାରି କଲା ଗଜପତି ପୋଲିସ

ପୋଲିସର ଏଭଳି କାର୍ଯ୍ୟକୁ ସ୍ଵାଗତ କରିବା ସହ ଏହା ନିଶ୍ଚିତ ଭାବେ ବରିଷ୍ଠ ନାଗରିକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି । ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯିବା ସହ ସେମାନଙ୍କୁ ଏକ ସ୍ବତନ୍ତ୍ର କାର୍ଡ ପ୍ରଦାନ କରାଯାଇଛି । ବରିଷ୍ଠ ନାଗରିକମାନେ କୌଣସି ସ୍ଥାନରେ କିଛି ବି ସମସ୍ୟାର ସମ୍ମୁଖୀନ ହେଲେ । ସେମାନଙ୍କୁ ପ୍ରଦାନ କରାଯାଇଥିବା ହେଲ୍ସ ଲାଇନ ନମ୍ବରରେ ଯୋଗାଯୋଗ କଲେ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି । ଜିଲ୍ଲାର କୌଣସି ସ୍ଥାନକୁ ବରିଷ୍ଠ ନାଗରିକମାନେ ଗଲେ ସେମାନଙ୍କ କାମକୁ ପ୍ରାଥମିକତା ଭିତ୍ତିରେ କରାଯାଇ ସେମାନଙ୍କୁ ପଠାଯିବ ବୋଲି କହିଛନ୍ତି ବରିଷ୍ଠ ନାଗରିକ ରାମଚନ୍ଦ୍ର ପାଢ଼ୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details