ଓଡିଶା

odisha

ETV Bharat / state

ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ଗଜପତି ଜିଲ୍ଲା ଯୁବ ବିଜେଡି ସଭାପତି

ଲକଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଲେ ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ । ଗଜପତି ଜିଲ୍ଲାର ଗୋଷାଣି ବ୍ଳକ୍‌ର ବିଭିନ୍ନ ସ୍ଥାନ ବୁଲି ଗରିବ ଲୋକଙ୍କୁ ଚାଉଳ, ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ ବଣ୍ଟନ କରୁଛନ୍ତି । ଅଧିକ ପଢନ୍ତୁ...

gajapati-youth-bjd-president-distribute-daily-essential-needs
ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ଗଜପତି ଜିଲ୍ଲାର ଯୁବ ବିଜେଡି ସଭାପତି

By

Published : May 14, 2020, 3:46 PM IST

ପାରଳାଖେମୁଣ୍ଡି: ଲକଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଲେ ଯୁବ ବିଜେଡି ସଭାପତି । ଗଜପତି ଜିଲ୍ଲାର ବିଭିନ୍ନ ଗ୍ରମାଞ୍ଚଳରେ ବୁଲି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରୁଛନ୍ତି । କୋରୋନାରୁ ରକ୍ଷା ପାଇବା ଲୋକଙ୍କୁ ମାସ୍କ ସାବୁନ ମଧ୍ୟ ପ୍ରଦାନ କରୁଛନ୍ତି ।

ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ଗଜପତି ଜିଲ୍ଲା ଯୁବ ବିଜେଡି ସଭାପତି

ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ ଲୋକଙ୍କୁ ସାହର୍ଯ୍ୟ କରୁଛନ୍ତି । ଗଜପତି ଜିଲ୍ଲାର ଗୋଷାଣି ବ୍ଳକ୍‌ର ବିଭିନ୍ନ ସ୍ଥାନ ବୁଲି ଗରିବ ଲୋକଙ୍କୁ ଚାଉଳ, ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ ବଣ୍ଟନ କରୁଛନ୍ତି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଅନେକ ଲୋକ ଖାଇବାକୁ ପାଉନାହାଁନ୍ତି । ତେଣୁ ସେମାନଙ୍କୁ ସହାୟତା କରିବା ଆମର ଧର୍ମ ବୋଲି କହିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବିଜେଡି କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details