ଗଜପତି: ପୁଣି ଚର୍ଚ୍ଚାରେ ଗଜପତି ପୁଲିସ । କେତେବେଳେ ଫନି ପାଇଁ ଅର୍ଥ ଯୋଗାଡ କରିବାକୁ ଭିକ୍ଷାଥାଳ ଧରିଥିଲେ ତ ପୁଣି କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି'ଟିମ ଗଠନ କରି ଚର୍ଚ୍ଚାକୁ ଆସିଥିଲେ ଗଜପତି ଏସପି ସାରା ଶର୍ମା। ଏଥର ପୁଣି ଅପରାଧକୁ ରୋକିବା ଓ ନିଯୁକ୍ତି ବଢାଇବା ପାଇଁ ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।
ଯେଉଁଥିରେ ବେକାର ଯୁବକଙ୍କୁ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବା ପାଇଁ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ତାଲିମ କାର୍ଯ୍ୟକ୍ରମ 'ଉଡାନ' । ଏଥିରେ ଜିଲ୍ଲାର ବଛା ବଛା 500 ଯୁବକଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏସପି ସାରା ଶର୍ମା ।