ଗଜପତି: ବର୍ତ୍ତମାନ ଏକ ନୁହେଁ, ଏକାଠି ହେବାର ବେଳ । ଫନି ମାଡରେ ଭାଙ୍ଗି ପଡିଥିବା ଅଣ୍ଟାକୁ ସଳଖେଇବାର ସମୟ । ଏହାକୁ ବେଶ ଭଲ ଭାବରେ ବୁଝିପାରିଛି ଗଜପତି ପୋଲିସ । ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ହାତରେ ଥାଳି ଧରି ବାହାରିଛନ୍ତି ଖୋଦ୍ ଜିଲ୍ଲା ଏସପି । ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବାତ୍ୟା ‘ଫନି’ ଉପକୂଳ ଓଡିଶାକୁ ଖିନଭିନ୍ କରି ଦେଇଛି । ବାତ୍ୟା ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଗନ୍ନାଥ ଧାମ ଓ ସ୍ମାର୍ଟ ସିଟି ଭୁବନେଶ୍ବର । ଆଉ ଏବେ ଅଣ୍ଟା ସଳଖେଇ ଛିଡା ହେବାର ବେଳ ।
ଲୋକଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସାଥ୍ ଦେବାକୁ ଅଣ୍ଟା ଭିଡିଛି ଗଜପତି ପୋଲିସ ଓ ଜିଲ୍ଲା ପ୍ରଶାସନ । ପୋଲିସ ହାତରେ ଥାଳ ଧରି ଦ୍ବାର ଦ୍ବାର ବୁଲି ବିପନ୍ନ ଲୋକଙ୍କ ପାଇଁ ସଂଗ୍ରହ କରୁଛନ୍ତି ଆର୍ଥିକ ସହାୟତା । ଏପରିକି ଖୋଦ ଏସପି ସାଧାରଣ ଲୋକଙ୍କୁ ସହାୟତା ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।