ଓଡିଶା

odisha

ETV Bharat / state

ACF ମୃତ୍ୟୁ ଘଟଣା: DFO ଓ ରୋଷେୟାଙ୍କୁ ଏସପିଙ୍କ କ୍ଲିନଚିଟ୍ - ଡିଏଫଓ ଏବଂ ରୋଷେୟାଙ୍କୁ ଏସପି କ୍ଲିନଚିଟ୍

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା । ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନଚିଟ୍ । ଅଧିକ ପଢନ୍ତୁ...

ACF  ମୃତ୍ୟୁ ଘଟଣା: ଡିଏଫଓ ଏବଂ ରୋଷେୟାଙ୍କୁ ଏସପି କ୍ଲିନଚିଟ୍
ACF ମୃତ୍ୟୁ ଘଟଣା: ଡିଏଫଓ ଏବଂ ରୋଷେୟାଙ୍କୁ ଏସପି କ୍ଲିନଚିଟ୍

By

Published : Jul 24, 2021, 8:22 AM IST

Updated : Jul 24, 2021, 10:38 AM IST

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା । ଗତକାଲି ଏହି ମାମଲାରେ ଡିଏଫଓଙ୍କୁ ତଦନ୍ତକାରୀ ଦଳ ଜେରା କରିଥିବା ବେଳେ ଡିଏଫଓ ଏବଂ ରୋଷେୟାଙ୍କୁ ଏସପି କ୍ଲିନଚିଟ୍ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ତଦନ୍ତ ସରିନଥିବା ବେଳେ ଏସପି କେଉଁ ଆଧାରରେ ଏଭଳି କହିଲେ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ACF ମୃତ୍ୟୁ ଘଟଣା: DFO ଓ ରୋଷେୟାଙ୍କୁ ଏସପିଙ୍କ କ୍ଲିନଚିଟ୍

ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ରହିଥିବା ଅନୈତିକ ସଂପର୍କ ଦାୟୀ ଏବଂ ଏଥିରେ ରୋଷେୟାଙ୍କ ସଂପୃକ୍ତି ରହିଥିବା ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିବା ସହ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଡିଏଫଓଙ୍କୁ କାହିଁକି ଜେରା କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଥିବା ବେଳେ ଗତକାଲି ଡିଏଫଓଙ୍କୁ ଜେରା କରିଥିଲା ତଦନ୍ତକାରୀ ଦଳ । ଏହାର କିଛି ସମୟ ପରେ ଗଜପତି ଏସପି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଦ୍ୟାଭାରତୀଙ୍କ ସିଡିଆର ଯାଞ୍ଚ ବେଳେ ଡିଏଫଓଙ୍କ ସହ ବିଦ୍ୟା ଭାରତୀଙ୍କ କୌଣସି ସମ୍ପୃକ୍ତି ଥିବା ଜଣାପଡିନାହିଁ । ସେହିପରି ରୋଷେୟା ମଧ୍ୟ ସାମିଲ ନଥିବା କହିଥିଲେ । ବରଂ ଏସିଏଫ ଗୁରୁତର ଥିବା ବେଳେ ତାଙ୍କ ଅଧିକ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା କରିଥିଲେ ।

ସେହିପରି ଗୁରାଣ୍ଡି ଥାନା ଅଧିକାରୀଙ୍କ ସଂପର୍କରେ ଏସପି କହିଛନ୍ତି ଯେ, ସେ ଏକ ମାମଲାର ତଦନ୍ତ ପାଇଁ ଯାଇଥିଲେ । ତେବେ ବିଦ୍ୟାଙ୍କ ମାଁଙ୍କ ଠାରୁ ଫୋନ ପାଇ ସେ ହସ୍ପିଟାଲକୁ ଯାଇଥିଲେ । ତେବେ ଆମ୍ବୁଲାନ୍ସ ଅଟକାଯାଇଥିବା ନେଇ ଏସପି କହିଛନ୍ତି ଯେ ଘରୁ ଲୁଗାପଟା ଆଣିବା ପାଇଁ ବିଦ୍ୟା ଭାରତୀ ଯାଇଥିବାରୁ ଆମ୍ବୁଲାନ୍ସକୁ ଅଟକାଯାଇଥିଲା । ଏସପିଙ୍କ ଏଭଳି ସୂଚନା ପରେ ପରୋକ୍ଷରେ ଡିଏଫଓ ଏବଂ ମହିଳା ପୋଲିସ ଅଧୀକାରୀଙ୍କୁ ଏକ ପ୍ରକାର କ୍ଲିନଚିଟ ଦେଇଛନ୍ତି ।

ଏ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏସପିଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ବିଦ୍ୟା ଭାରତୀ ବଲାଙ୍ଗୀର ଯାଇଥିବା କାରର ଡ୍ରାଇଭର, ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଏବଂ ଡିଏଫଓଙ୍କ ଘନିଷ୍ଠ କୁହାଯାଉଥିବା ଜଣେ ଫରେଷ୍ଟ ଗାର୍ଡଙ୍କୁ ପଚରାଉଚୁରା କରିଛି ତଦନ୍ତକାରୀ ଟିମ୍ ।

ମମତା ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ମନା କରିଥିବା ବେଳେ ଡ୍ରାଇଭର ଦୁଇଥର ବଲାଙ୍ଗୀର ଯାଇଥିବା କହିଛି । ସେହିପରି ଫରେଷ୍ଟ ଗାର୍ଡ ସେଦିନ ହସ୍ପିଟାଲ ନେବା ବେଳର କଥା ତଦନ୍ତକାରୀ ଅଧିକାରୀ ପଚାରିଥିଲେ ଏବଂ ସେ ଏହାର ଉତର ଦେଇଥିବା କହିଛନ୍ତି । ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଡିଏଫଓଙ୍କୁ ଏସପିଙ୍କ କ୍ଲିନ ଚିଟ୍ ତଦନ୍ତକୁ ବାଟବଣା କରିବନିତ ? ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 24, 2021, 10:38 AM IST

ABOUT THE AUTHOR

...view details