ଓଡିଶା

odisha

ETV Bharat / state

ଗଜପତି ବାସିନ୍ଦାଙ୍କ ପ୍ରଥମ ପସନ୍ଦ ନଡିଆ କନ୍ଦା - ଗଜପତି ପ୍ରଥମ ପସନ୍ଦ ନଡିଆ କନ୍ଦା

ପେଟ ଗରମ ହେଲେ ଲୋକେ ଥଣ୍ଡା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । କିଏ ତୋରାଣି ପିଇ ତ କିଏ ଘୋଳ ଦହି ପିଇ ପେଟକୁ ଥଣ୍ଡା କରାଇଥାନ୍ତି । ହେଲେ ଗଜପତି ଜିଲ୍ଲାର ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ନଡିଆ କନ୍ଦା । ଅଧିକ ପଢନ୍ତୁ...

ଗଜପତି ଜିଲ୍ଲାର ଲୋକଙ୍କ ପ୍ରଥମ ପସନ୍ଦ ନଡିଆ କନ୍ଦା
ଗଜପତି ଜିଲ୍ଲାର ଲୋକଙ୍କ ପ୍ରଥମ ପସନ୍ଦ ନଡିଆ କନ୍ଦା

By

Published : Jun 1, 2021, 7:23 AM IST

ଗଜପତି: ଖରାଦିନେ ପେଟ ଗରମ ହେବା କିଛି ନୂଆ କଥା ନୁହେଁ । ପେଟ ଗରମ ହେଲେ ଲୋକେ ଥଣ୍ଡା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । କିଏ ତୋରାଣି ପିଇ ତ କିଏ ଘୋଳ ଦହି ପିଇ ପେଟକୁ ଥଣ୍ଡା କରାଇଥାନ୍ତି । ହେଲେ ଗଜପତି ଜିଲ୍ଲାର ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ନଡିଆ କନ୍ଦା । ତେଣୁ ପ୍ରତିଦିନ ସକାଳୁ ଏହି କନ୍ଦା ବିକ୍ରି ପାଇଁ ବିଭିନ୍ନ ଗାଁର ବ୍ୟବସାୟୀମାନେ ପାରଳାଖେମୁଣ୍ଡି ସହରରେ ଭିଡ ଜଣାଇଥାନ୍ତି । ଲୋକେ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି । କିଛି ଜିନିଷ ବିଜ୍ଞାନ ସମ୍ମତ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ବିଶ୍ବାସ ଯୋଗୁଁ ଭଲ ବ୍ୟବସାୟ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ନଡିଆ କନ୍ଦା ।

ଗଜପତି ଜିଲ୍ଲାର ଲୋକଙ୍କ ପ୍ରଥମ ପସନ୍ଦ ନଡିଆ କନ୍ଦା

ତେବେ କନ୍ଦା ଖାଇଲେ ପେଟ ଥଣ୍ଡା ହେବ, ସେମିତି କିଛି ନାହିଁ । ବରଂ ଏହା ଖାଇବା ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ରହିଥିବା କହିଛନ୍ତି ଡାକ୍ତର । ଖରାଦିନ ଆସିଲେ ବଜାରରେ ଭଳିକି ଭଳି ମୃଦୁପାନୀୟ ଠାରୁ ଆରମ୍ଭ କରି ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାର ପାନୀୟ ବିକ୍ରି ହୋଇଥାଏ । ଗ୍ରୀଷ୍ମଋତୁ ଆସିବା ମାତ୍ରେ ପାରଳାଖେମୁଣ୍ଡି ସହରର ଆଖପାଖ ଅଂଚଳର ଲୋକେ ନଡିଆ କନ୍ଦା ବିକ୍ରି ପାଇଁ ବଜାରରେ ଭିଡ ଜମାଇଥାନ୍ତି । ନଡିଆ ଗଛକୁ କାଟିବା ସହ ଏହାର ମୂଳକୁ ଖୋଳି କନ୍ଦା ବାହାର କରିବା ପରେ ସେମାନେ ଏକ ସାଇକେଲରେ ସାହି ଗଳି ବୁଲି ଏହାକୁ ବିକ୍ରି କରନ୍ତି ।

ଏହା ଖାଇଲେ ପେଟ ଥଣ୍ଡା ରହୁଥିବା ଲୋକଙ୍କ ବିଶ୍ବାସ ରହିଛି । ଲୋକେ ମଧ୍ୟ ଏହାକୁ କିଣି ଖାଇଥାନ୍ତି । କିଛି ଲୋକେ କନ୍ଦାର ସ୍ବାଦ ଯୋଗୁଁ ମଧ୍ୟ ଖାଇଥାନ୍ତି । ଖରାଦିନେ ନଡିଆ କନ୍ଦା ହେଉଛି ଏହି ଅଞ୍ଚଳର ଲୋକଙ୍କ ପ୍ରଥମ ପସନ୍ଦ । ତେଣୁ, ଏହାକୁ ଦେଖି ଅଧିକରୁ ଅଧିକ ନଡିଆ ଗଛର କନ୍ଦା ସଂଗ୍ରହ କରି ଆଣି ବିକ୍ରି କରିଥାନ୍ତି । ଫଳରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିବା ସହ ଲାଭବାନ ମଧ୍ୟ ହୋଇଥାନ୍ତି ।

ନଡିଆ କନ୍ଦାର ଚାହିଦା ରହିଥିବାରୁ ଏହାର ଦାମ ମଧ୍ୟ କିଛି କମ ନୁହେଁ । ପ୍ରତି ଖଣ୍ଡ ପିଛା 10ଟଙ୍କା ଲେଖାଏଁ ନେଇଥାନ୍ତି ବ୍ୟବସାୟୀ ଏପରିକି ତେବେ ନଡିଆ କନ୍ଦା ଖାଇବା ଦ୍ଵାରା ଶରୀର ସୁସ୍ଥ ରହିବ କିମ୍ବା ପେଟ ଥଣ୍ଡା ରହିବ ସେଭଳି କୌଣସି ବୈଜ୍ଞାନିକ କାରଣ ନଥିବା ସ୍ପଷ୍ଟ କରିଛନ୍ତି ଭେଷଜ ବିଶେଷଜ୍ଞ ସୁରେନ୍ଦ୍ର କୁମାର ରଥ ।

ତାଙ୍କ କହିବା ହେଲା କନ୍ଦା ଜିନିଷ ଖାଇବା ଦ୍ଵାରା ଶରୀର ପାଇଁ କୌଣସି ପ୍ରକାର ହିତ ନୁହେଁ, ବରଂ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ନଡିଆ କନ୍ଦା ମଧ୍ୟ ଏହାର ଅଂଶ ବିଶେଷ । ତେଣୁ, ଏଥିପ୍ରତି ଲୋକେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବୈଜ୍ଞାନିକ କାରଣ ଥାଉ କି ନଥାଉ ଲୋକଙ୍କ ବିଶ୍ବାସ ରହିଛି ତ ବ୍ୟବସାୟ ଭଲ ହେବା ସୁନିଶ୍ଚିତ । ଯଦି ଏହା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ତାହେଲେ ଏହାକୁ ନେଇ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ABOUT THE AUTHOR

...view details