ଗଜପତି:ମହୁନାଡ ବା ପଦ୍ମଫୁଲର ନାଡ । ବର୍ତ୍ତମାନ ଏହା ଅପଭ୍ରଂଶ ହୋଇ ମୁନାଡ ହୋଇଛି । ମହୁନାଡ ପ୍ରତି ବିଶେଷ କରି ଦକ୍ଷିଣ ଓଡିଶା ଲୋକଙ୍କର ରହିଛି ବେଶ ଦୁର୍ବଳତା । ସେଥିପାଇଁ ଗଜପତିର ବିଭିନ୍ନ ମାର୍କେଟରେ ବିକ୍ରି ହୋଇଥାଏ ପଦ୍ମଫୁଲର ନାଡ । ପଦ୍ମଫୁଲର ନାଡରୁ ବିଭିନ୍ନ ପ୍ରକାରର ତରକରୀ ଏବଂ ଭଜା କରାଯାଏ । ଯାହା ପାଟିକୁ ବେଶ ସୁଆଦିଆ ଲାଗିଥାଏ । ତେଣୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ବଜାରରେ ପୂର୍ବରୁ ଏହା ବିଡା 5 ଟଙ୍କାରେ ମିଳୁଥିବା ବେଳେ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାରୁ ଏହାର ଦର ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ବିଡା 30 ଟଙ୍କାରେ ବିକ୍ରି କରାଯାଉଛି । ମହୁନାଡକୁ ଆଳୁ ସହ ଭଜା ହେଉ କି ପିଠଉ ଦେଇ ଭଜା କରିବା ହେଉ କି ମୁଗ ମିଶାଇ ତରକାରୀ କଲେ ଏହାର କୌଣସି ଭଲ ପରିବାର ତରକାରୀ ଠାରୁ କିଛି କମ୍ ନୁହେଁ ବୋଲି କହିଛନ୍ତି ବୁଦ୍ଧିଜିବୀ ।