ଗଜପତି: ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ପରମ୍ପରା ଅନୁସାରେ ମହେନ୍ଦ୍ରଗିରି ଶିଖରରୁ ଉତ୍ସବର ମଶାଲ ଅଣାଯିବା ପରେ ସହର ପରିକ୍ରମା କରାଯାଇ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରଖାଯାଇଛି। ଆସନ୍ତା ଜାନୁଆରୀ 10 ତାରିଖରୁ ଗଜପତି ମହୋତ୍ସବ ଆରମ୍ଭ ହୋଇ 14 ପର୍ଯ୍ୟନ୍ତ ଚାଲିବ।
ଆସନ୍ତା 10ରୁ ଗଜପତି ମହୋତ୍ସବ, ମହେନ୍ଦ୍ରଗିରିରୁ ଆସିଲା ମଶାଲ - ମହେନ୍ଦ୍ରଗିରିରୁ ଆସିଲା ମଶାଲ
ଜିଲ୍ଲା ମହୋତ୍ସବ ପାଇଁ ଗଜପତିରେ ମଶାଲ ପରିକ୍ରମା କରାଯାଇଛି।
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଜି ଏକ ଟିମ ଗଠନ କରାଯାଇ ମହେନ୍ଦ୍ରଗିରି ଶିଖରରୁ ମଶାଲ ନିଆଯାଇ ପାରଳାଖେମୁଣ୍ଡିର ରଖାଯାଇଥିଲା। ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସୋରଜ ବେହେରା ଉପସ୍ଥିତ ରହି ମଶାଲକୁ ସ୍ବାଗତ କରିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରାରେ ମଶାଲକୁ ସହର ପରିକ୍ରମା କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା। ଆସନ୍ତା ଜାନୁଆରୀ 10 ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଆନୁଷ୍ଠାନିକ ଭାବେ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।
ଗଜପତିରୁ ହରିହର ମହାପାତ୍ର, ଇଟିଭି ଭାରତ